ଦାୟିତ୍ୱ ଗ୍ରହଣ କଲେ ଢ଼େଙ୍କା ପଞ୍ଚାୟତର ସରପଞ୍ଚ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୁବାସିନୀ ସେଠୀ ଆଜି ଢ଼େଙ୍କା ପଞ୍ଚାୟତର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଥିପାଇଁ ଆଜି ପଞ୍ଚାୟତ କାର୍ଯ୍ୟାଳୟକୁ ସଫାସୁତରା କରାଯିବା ସହିତ ଫୁଲ ଓ ବେଲୁନରେ ସୁସଜ୍ଜିତ କରା ଯାଇଥିଲା । ଏଥିପାଇଁ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବାପରେ ସରପଞ୍ଚ ସୁବାସିନୀ ସେଠୀ ତାଙ୍କର ସମର୍ଥକ ମାନଙ୍କ ମାନଙ୍କ ସହିତ କାର୍ଯ୍ୟାଳୟକୁ ଆସି ନଡିଆଭାଙ୍ଗି ଗୃହ ପ୍ରବେଶ କରିବାପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ କାର୍ଯ୍ୟଭାର ଅର୍ପଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବାପରେ ଏହି ପଞ୍ଚାୟତଟି ସମସ୍ୟା ବହୁଳ ପଞ୍ଚାୟତ ହୋଇଥିବାରୁ ଲୋକମାନଙ୍କ ମୌଳିକ ସମସ୍ୟାକୁ ସୁଧାରିବା ସହିତ ପଞ୍ଚାୟତଟିକୁ ବିକାଶ ପଥରେ ଆଗେଇ ନେବି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡିନେତା ତଥା ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ନାୟକ, ପଞ୍ଚାୟତ ବିଜେଡି ସଭାପତି ମନୋଜ ମହାନ୍ତି, ଦେବାଶିଷ କର, ପ୍ରଦ୍ୟୁମ୍ନ କର, ଅଲେଖ ଚନ୍ଦ୍ର ଦାସ, ସୋମନାଥ ସ୍ୱାଇଁ, ରଜନୀ ପାଣିଗ୍ରାହୀ, ରବିନ୍ଦ୍ର କୁମାର ଦାସ, ରବିନ୍ଦ୍ର କୁମାର ବାରିକ, ଚତୁର୍ଭୁଜ ରାଉତ, ରବିନ୍ଦ୍ର କୁମାର ଜେନା, ରଞ୍ଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜୟ କୁମାର ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପରେ ନାଏବ ସରପଞ୍ଚ ନିର୍ବାଚନ କରାଯିବା ସହିତ ରୋନାଲିସା ରାଉତଙ୍କୁ ନିଦ୍ୱନ୍ଦରେ ନାଏବ ସରପଞ୍ଚ ଭାବେ ନିର୍ବାଚିତ କରାଯାଇଥିଲା । ଏଥିରେ ସମସ୍ତ ୱାର୍ଡସଭ୍ୟସଭ୍ୟା ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ