ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି ପୁର୍ବତନ ସରପଞ୍ଚ

ହାଟଡିହି, (ବିକାଶ ବିଶ୍ୱାଳ) :ପୁର୍ବତନ ସରପଞ୍ଚ ମାନଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେବି ସେମାନେ ଜାଣିଶୁଣି ଦାୟିତ୍ୱ ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଛି । ବାଙ୍ଗୋର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଅଙ୍କିତା ପଢ଼ିଆରୀ କରିଥିବା ଅଭିଯୋଗ ଅନୁଯାଇ ଗତ ୧୧ତାରିଖରୁ ସେ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟଭାର ଗ୍ରହଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଦାୟିତ୍ୱ ହସ୍ତାନ୍ତ କରାଯାଇ ନାହିଁ । ପଞ୍ଚାୟତର ବ୍ୟାଙ୍କ ପାସବୁକ, କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବିବରଣୀ, ଭତ୍ତା ତାଲିକା ଆଦି କୌଣସି ହସ୍ତାନ୍ତର କରାଯାଉ ନାହିଁ । ସେ ନିୟମିତ କାର୍ଯ୍ୟାଳୟକୁ ଯାଇ ବସିବସି ଫେରୁଛନ୍ତି । ଗତ ତିନିଦିନ ତଳେ ବିଡିଓ ବିନିତା ବିଜୟିନୀ ପଞ୍ଚୟତକୁ ଯାଇଥିବାବେଳେ ସରପଞ୍ଚଙ୍କ ସମେତ ପଞ୍ଚାୟତର ବହୁ ବରିଷ୍ଠ ନାଗରିକ ମାନେ ବିଡିଓଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । ଜଣେ କାର୍ଯ୍ୟଦକ୍ଷ ପିଇଓଙ୍କୁ ଏହି ପଞ୍ଚାୟତର ଦାୟିତ୍ୱ ଦିଆଯାଉ ବୋଲି ମଧ୍ୟ ସେମାନେ ବିଡିସଙ୍କ ଠାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲା ନାହିଁ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ