ଦିଅରର ପଥର ମାଡରେ ଭାଉଜ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ବଙ୍ଗଳା ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭାଉଜକୁ ପଥରରେ ଛେଚି ହତ୍ୟା କରିଛି ଦିଅର । ମୃତକ ହେଲେ ବଙ୍ଗଳା ସାହିର ମାମାଲି ପାଇକ । ସୁଚନା ପ୍ରକାରେ ବଙ୍ଗଳା ସାହିରେ ରହୁଥିବା ସୁଶାନ୍ତ ପାଇକ ତାଙ୍କ ଭାଉଜକୁ ଖାଇବାକୁ ମାଗିଥିଲେ । ସେହି ସମୟରେ ତାଙ୍କ ଭାଉଜ ଚାଉଳ ବାଛୁଥିବା ସମୟରେ ସୁଶାନ୍ତ ତାଙ୍କୁ ଗାଳି ଦେଇଥିଲେ । ସେଥିରେ ଉତକ୍ଷିପ୍ତ ହୋଇ ସୁଶାନ୍ତ ତାଙ୍କୁ ଧକା ମାରିଥିଲା । କାହିଙ୍କି ଧକା ମାରୁଛୁ ବୋଲି ପ୍ରତିବାଦ କରିବାରୁ ସୁଶାନ୍ତ ରାଗିଯାଇ ନିକଟରେ ପଡିଥିବା ଏକ ପଥର ସାହାଯ୍ୟରେ ଭାଉଜଙ୍କ ମୁଣ୍ଡକୁ ମାରିଥିଲା । ଚିତ୍କାର ଶୁଣି ସାହି ପଡିଶା ଲୋକ ପହଞ୍ଚିଥିବାବେଳେ, ଘଟଣା ସ୍ଥଳରୁ ସୁଶାନ୍ତ ଦୌଡି ପଳାଇଛି । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାମାଲିକୁ ଉଦ୍ଧାର କରି ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସୁଶାନ୍ତଙ୍କ ମା ସରସ୍ବତୀ ପାଇକ ଥାନାରେ ଅଭିଯୋଗ କରିବା ପରେ ଆର,ଉଦୟଗିରି ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ