ବାହା ବେଦିରୁ କନ୍ୟା ଫେରାର ଶାଳିକୁ ବାହା ହୋଇ ମଧ୍ୟ ବର ନିରାଶ
ଭବାନୀପଟଣା,(ଓ୍ବାଇଏନ୍ଏସ୍): ବର ଶିଶୁପାଳ ହୋଇ ହୋଇ ଫେରିବା ବଦଳରେ ଶେଷରେ ନାବାଳିକା ଶାଳୀ କୁ ବିବାହ କରି ହଟହଟା ହେବା ପୂର୍ବରୁ ବର୍ତ୍ତିଗଲା ବୋଲି ଭାବିଥିଲା ,ହେଲେ ବର୍ତ୍ତମାନ ସବୁ ଓଲଟ ପାଲଟ ହୋଇ ପୁଣି ହଟ ହଟା ହେବାକୁ ପଡ଼ିଛି ନବ ବିବାହିତ ବର ପିଲାକୁ l କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଜୟପାଟଣା ଥାନା ତେନ୍ତୁଲି ଖୁଣ୍ଟି ଗାଁ ରେ ରେ ଦେଖିବାକୁ ମିଳିଛି ଏଭଳି ଘଟଣା l ବାହା ବେଦୀ ରୁ ନବ ବଧୂ ଫେରାର ହେବା ପରେ ନାବାଳିକା ଶାଳିକୁ ବିବାହ ହେଲା ବର ଓ ଘରକୁ ନେଇ ଆଜି ଜମିଥିଲା ବରଘର ପକ୍ଷରୁ ଭୋଜିର ଆଶାର । ହେଲେ ଜୟପାଟଣା ସିଡ଼ିପିଓ ଜୟନ୍ତୀ ବେହେରା ଓ ପୋଲିସ ଦ୍ବାରା ଶାଶୁ ଘର କଲମପୁର ବ୍ଲକ୍ ତେନ୍ତୁଳିଖୁଣ୍ଟି ଗାଁ ରୁ ନାବାଳିକା କନ୍ୟାକୁ ଉଦ୍ଧାର ଏବଂ ବର ବାହା ହୋଇ ମଧ୍ୟ ଶିଶୁପାଳ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି l ଗତକାଲି ରାତ୍ରି ରେ ଜୟ ପାଟଣା ଥାନା ବଡ଼କର୍ଲା କୋଟ ମାଲପଡ଼ା ଗାଁ କୁ କଲମପୁର ବ୍ଲକ୍ ତେନ୍ତୁଳିଖୁଣ୍ଟି ଗାଁ ରୁ ବର ଆସିଥିଲା l ବାଜା ବାଣ ରୋଷଣୀ ସହ ବର ଶୋଭା ଯାତ୍ରା କରି ବର କନ୍ୟା ଘର କୁ ପହଞ୍ଚିଲା ବେଳକୁ କନ୍ୟା ବେଦିରୁ ଅନ୍ୟ ଜଣେ ପ୍ରେମିକ ସହ ଫେରାର ପରେ ଦୁଇ ପରିବାରଙ୍କ ସହମତିରେ ନାବାଳିକା ଶାଳିକୁ ବାହା ହୋଇ ନିଜ ଗାଁ କୁ ଫେରି ଥିଲା ବର l ଝିଅ ନା ବାଳିକା ହେତୁ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ପରେ ଜୟପାଟଣା ସିଡ଼ିପିଓ ଓ ଜୟପାଟଣା ପୋଲିସ ପହଞ୍ଚି ଶାଶୁ ଘର ତେନ୍ତୁଳି ଖୁଣ୍ଟି ଗାଁ ରୁ ଉଦ୍ଧାର କରିଛି l ତେବେ ଆଜି ପୁଅଘର ଭୋଜି ମଧ୍ୟ ଥିଲା ଫଳରେ ଶିଶୁପାଳ ରୁ ବର୍ତିଥିବା ବର ପୁଣି ପ୍ରଶାସନ ଆଗରେ ଶିଶୁପାଳ ହେବାସହ ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ଥାନାର ଦ୍ୱାରସ୍ଥ ମଧ୍ୟ ହେବାକୁ ପଡିଛି ।


