୪୭୨ ବର୍ଷ ପୁରୁଣା ଜେଲରେ ଏବେ ଅଛନ୍ତି ଜଣେ କଏଦୀ
ଜେଲରେ ପୁଣି ଜଣେ ମାତ୍ର କଏଦୀ ଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ତେବେ ଏହା ସତ୍ୟ । ଡାମନ-ଡିୟୁରେ ଥିବା ୪୨୭ ବର୍ଷ ପୁରୁଣା ଦୁର୍ଗରେ ରହିଛି ଏକ ଜେଲ୍ । ଏଠାରେ ଜଣେ ମାତ୍ର କଏଦୀ ରହିଛନ୍ତି । ଆରବ ସାଗର ମଝିରେ ଥିବା ଏହି ଜେଲରେ ୨୦୧୩ରେ ୭ ଜଣ କଏଦୀ ଥିଲେ । ସେମାନଙ୍କ ମଧ୍ୟରୁ ୨ ମହିଳା ଏବଂ ୫ ପୁରୁଷ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଅମରେଲୀ ଜେଲରୁ ସ୍ଥାନାନ୍ତର କରାଯାଇଥିଲା । ଏହା ସହିତ ୨ ଜଣଙ୍କୁ ମୁକ୍ତ କରାଯାଇଥିଲା । ଏବେ ଜେଲରେ ଜଣେ ମାତ୍ର କଏଦୀ ରହିଯାଇଛନ୍ତି । ତାଙ୍କ ପାଇଁ ସ୍ଥାନୀୟ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅଣାଯାଇଥାଏ । ଏଠାରେ ଥିବା କଏଦୀଙ୍କ ନାମ ହେଉଛି ଦୀପକ କଞ୍ଜି । ସ୍ତ୍ରୀଙ୍କୁ ଜହର ଦେଇ ମାରିଥିବା ଅଭିଯାଗରେ ସେ ଜେଲରେ ଅଛନ୍ତି । ତାଙ୍କ ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ସେ ଏଠାରେ ରହିବେ ।


