ଦିବଂଗତ ଶ୍ରମିକଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଆଲୋଚନା ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା): ରବିବାର ସଂନ୍ଧ୍ୟା ୪ଟା ସମୟରେ ଏ. ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ମଜଦୁର ସଂଘର ଜିଲ୍ଲା କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ଭାରତୀୟ ବିରଳ ମୃତ୍ତିକାର ଦିବଂଗତ ଶ୍ରମିକଙ୍କ ପରିବାରଙ୍କ ସହିତ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ମୃତ ଶ୍ରମିକଙ୍କ ପରିବାର ମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ନେତ୍ରା ସାହୁ,ଅବନୀକାନ୍ତ ସାହୁ,ତପନ ପାଢି,ନୃସିଂହ ଗୌଡ,ରାଜେନ୍ଦ୍ର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।


