ଆର.ଡ଼ି. ରାସ୍ତାରେ ଗର୍ତ୍ତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଗୁଡିକ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଦୀର୍ଘ ବର୍ଷ ହେବ କାମ ହୋଇଥିବା ବେଳେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ନଷ୍ଟ ହେବାକୁ ବସିଲାଣି। ସୂଚନା ଅନୁଯାୟୀ ବ୍ଲକର ପଟାପୋଲ ମହିମା ବଜାର ଠାରୁ ପଡୋଶୀ ଧାମନଗର ବ୍ଲକକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏବେ କଦର୍ଯ୍ୟ ହୋଇ ଗଲାଣି। ଧାମନଗର ଦକ୍ଷିଣବାଡ଼ ଛକ ଠାରୁ ଗୌଡ଼ବିଶି ନୂଆପଡା ଯାଏଁ ରାସ୍ତାରେ ମଳାକୁ ମଳା ଖାଲ ହୋଇ ସେଥିରେ ପାଣି ଜମିଥିବାରୁ ଯାତାୟତ କରିବା ପ୍ରାୟତଃ କଷ୍ଟକର ହୋଇ ପଡୁଛି। ଏପଟେ ପଟାପୋଲ ଠାରୁ କୁରିଗାଁ ଯାଏଁ ରାସ୍ତାର ଅବସ୍ଥା ମଧ୍ୟ ତଦୁର୍ପ। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନୂତନ ରାସ୍ତା ନିର୍ମାଣ ପରେ ଯଦିଓ ଦୁଇ ବର୍ଷ ହେବ ଏହାର ମରାମତି କାର୍ଯ୍ୟ ହୋଇସାରିଛି ତଥାପି ଏବେ ବି ସୁଦ୍ଧା ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ମାନ ସୃଷ୍ଟି ହୋଇଛି। ବିଶେଷ କରି କର୍ଲଭଟ ଥିବା ସ୍ଥାନ ଗୁଡିକରେ ରାସ୍ତା ଦବି ଯାଇଥିବାରୁ ଲୋକେ ସାଧାରଣ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ରାତି ବେଳା ପଥଚାରୀ ଓ ସାଇକେଲ , ମୋଟର ସାଇକେଲ ଆରୋହୀ ମାନେ ଗର୍ତ୍ତରେ ପଡି ଆହତ ହେଉଥିବା ସୂଚନା ମିଳିଛି। ଏଥିପ୍ରତି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ