ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ- ମଙ୍ଗଳବାର ରାଜଧାନୀ ଦିଲ୍ଲୀ ଘଟିଛି ଭୟାବହ ଅଗ୍ନିକାଣ୍ଡ ନରେଲା ଶିଳ୍ପାଞ୍ଚଳରେ ଥିବା ଦୁଇଟି କାରଖାନାରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁ ଲିଭା କ।ର୍ଯ୍ୟରେ ୨୨ଟି ଦମକଳ ଗାଡି ନିୟୋଜିତ କରାଯାଇଛି। ଏପର୍ଯ୍ୟନ୍ତ ସୁଦ୍ଧା ଦୁଇଟି କାରଖାନାରେ ନିଆଁ ଲିଭା କ।ର୍ଯ୍ୟ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ପ୍ରଥମେ ଏକ ଜୋତା କାରଖାନାରେ ସିଲିଣ୍ଡର ଫାଟି ନିଆଁ ଲାଗିଥିଲା। ଚାହୁଁଚାହୁଁ ଏହି ନିଆଁ ନିକଟରେ ଥିବା ଅନ୍ୟ କାରଖାନାକୁ ବ୍ୟାପିବା ସହ ଭୟଙ୍କର ରୂପ ଧାରଣ କରିଥିଲା।


