ଆମ ଗାଁ ଆମ ବିକାଶ କାର୍ଯ୍ୟ ନିମ୍ନମାନର ;ବିନା ୱାଲ ବିମରେ ପଡିଲା ଛାତ

ନାଉଗାଁ,(ଓ୍ବାଇଏନ୍ଏସ୍): ସରକାରଙ୍କ ଦ୍ୱାରା ପ୍ରଦତ ‘ଆମ ଗାଁ, ଆମ ବିକାଶ’ ଯୋଜନାରେ ନାଉଗାଁ ବ୍ଳକର ବିଭିନ୍ନ ପଂଚାୟତରେ କାର୍ଯ୍ୟ କରାଯାଉଛି । ଏହି କାର୍ଯ୍ୟ କେଉଁଠାରେ ନିମ୍ନମାନର ହେଉଥିବା ବେଳେ ଅନେକ ସ୍ଥାନରେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି । ଅନେକ କାର୍ଯ୍ୟଦେଶ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନାମରେ ରହୁଥିବା ବେଳେ କାର୍ଯ୍ୟ ବିଷୟରେ ସେମାନେ ଅବଗତ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ କାର୍ଯ୍ୟ ତଦାରଖ କରିବା ଦାୟିତ୍ୱ କନିଷ୍ଠ ଯନ୍ତ୍ରୀଙ୍କର ରହୁଥିବା ବେଳେ ଯନ୍ତ୍ରୀ ସଠିକ ତଦନ୍ତ ନକରି ବିଲ କରୁଥିବାରୁ କାର୍ଯ୍ୟର ସ୍ଥାୟିତ୍ୱ ଓ କାର୍ଯ୍ୟର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଉକ୍ତ ବ୍ଳକର ନାଉଗାଁ ପଂଚାୟତ ଅବଦଲପୁର ଠାରେ ଏହି ଯୋଜନାରେ ଏକ କମ୍ୟୁନିଟ ସେଂଟର ନିର୍ମାଣ ଚାଲୁ ରହିଛି । ଯାହାର କାର୍ଯ୍ୟାଦେଶ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମର ମଲ୍ଲିକଙ୍କ ନାମରେ ରହିଅଛି । ଏହି କେନ୍ଦ୍ରଟି ନିର୍ମାଣ କରିବା ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରଥମରୁ ଉକ୍ତ କେନ୍ଦ୍ରଟି ନିର୍ମାଣ ହେବା ସମୟରେ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ଲାଗି ରହିଥିଲା । କିନ୍ତୁ ପଂଚାୟତ ଅଧିକାରୀ କୋଭିଡ କଟକଣାଙ୍କୁ ନମାନି ବ୍ଳକ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ଚାଲୁ ରଖିଥିବା ଜଣାଯାଇଥିଲା । ଏସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ କାର୍ଯ୍ୟକୁ ସ୍ଥଗିତ ରଖା ଯାଇଥିଲା । ପରବର୍ତୀ ସମୟରେ ପୁର୍ଣ୍ଣବାର ଉକ୍ତ ଗୃହର କାର୍ଯ୍ୟ କରାଯାଇ ଗୃହଟିକୁ ଛାତ ପକା ଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୱାଲ ବିମ ନ ଦିଆଯାଇ ଗୃହଟି ଛାତ ପଡିଥିବାରୁ ଗୃହର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଉକ୍ତ ଗୃହ କେତେ ବେଳେ ଭୂଷୁଡି ପଡିବ ତାହା ମଧ୍ୟ କହି ହେବ ନାହିଁ । ସରକାରଙ୍କ ନିୟମାନୁସାରେ ସରକାରୀ ଗୃହ ନିର୍ମାଣ ପାଇଁ ପ୍ଳାଏ ଆସ ଇଟା ବ୍ୟବହାର କରାଯିବ । କିନ୍ତୁ ଉକ୍ତ ଗୃହରେ ନାଲି ଇଟା ମଧ୍ୟ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଛି । ଏ ସଂକ୍ରାନ୍ତରେ ବ୍ଳକ କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁଙ୍କୁ ପଚାରିବାରୁ ଉକ୍ତ କେନ୍ଦ୍ରରେ ୱାଲ ବିମ୍ ମଧ୍ୟ କରାଯାଇନାହିଁ । ତେଣୁ ବିଲ କରିବା ବେଳେ ଗୋଡି,ରଡ ଆଦି ଆନୁଷାଙ୍ଗିକ ସାମଗ୍ରୀର ମୂଲ୍ୟ ବାଦ କରାଯାଇ ବିଲ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି । ଏସଂକ୍ରାନ୍ତରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମର ମଲ୍ଲିକ ଙ୍କୁ ପଚାରିବାରୁ ସେ କାର୍ଯ୍ୟ ବିଷୟରେ କିଛି ଜାଣି ନାହାନ୍ତି । କିଏ ସେ ଗୃହ ନିର୍ମାଣ କରୁଛି ତାହାର ସଂପୂନ୍ନ ତଥ୍ୟ ତାଙ୍କ ନିକଟରେ ନଥିବା କହିଥିଲେ । କାର୍ଯ୍ୟାଦେଶ ଦେବା ସମୟରେ ଆମକୁ କହୁ ନାହାନ୍ତି କିନ୍ତୁ ବିଲ କରିବା ସମୟରେ କାର୍ଯ୍ୟ ବିଷୟରେ ଆମେ ଅବଗତ ହେଉଥିବା ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ