ଦୁଇ ଗାଡି ଦୁର୍ଘଟଣା ଗ୍ରସ୍ତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଆଦମପୁର ନିକଟ ଜିଲ୍ଲା କୋର୍ଟ ସାମ୍ନାରେ ଆଜି ଦୁଇଗୋଟି ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ଆଜି ଦିନ ପ୍ରାୟ୧୨ଟାବେଳେ ଓଡ଼ି ୦୨ଇ୯୩୧୯ମିନି ଟ୍ରକଟି କୁକୁଡ଼ା ଦାନା ବୋଝେଇ କରି କଟକ ପଟୁ ଭଦ୍ରକ ଅଭିମୁଖେ ଆସୁଥିଲା। ଏହି ସମୟରେ ଓଡ଼ି୦୫କେ ୬୩୩୯ପିକ ଅପ ଭ୍ୟାନଟି ମାଛ ଯାଂଳ ବୋଝେଇ କରି ବାଲେଶ୍ୱର ପଟୁ ପାଣିକୋଇଲି ଅଭିମୁଖେ ଆସୁଥିଲା। ବର୍ଷା ହେଉଥିବା କାରଣରୁ ଦୁଇଗୋଟି ଗାଡି ଭାରସାମ୍ୟ ହରାଇ ପରସ୍ପର ମଧ୍ୟରେ ଧକ୍କା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ପିକଅପ ଗାଡି ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଜାତୀୟ ରାଜପଥ ପୁଲିସ ଘଟଣାସ୍ଥଳରେ ପହଁଚି ଗାଡି ଦୁଇଟିକୁ ଜବତ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ