ବୃକ୍ଷ ହିଁ ପମର ବନ୍ଧୁ, ବନ୍ଧୁତା ଦିବସ ସୁରକ୍ଷା ପାଇଁ ଶପଥ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବୃକ୍ଷ ହିଁ ପ୍ରକୃତ ବନ୍ଧୁ । ବୃକ୍ଷ ଆମକୁ ଯାହା ସାହାଯ୍ୟ କରୁଛି ତାହା ବନ୍ଧୁ ଠାରୁ ଅଧିକ । ଏଣୁ ଏହି ବୃକ୍ଷ ବନ୍ଧୁର ସୁରକ୍ଷା ପାଇଁ ଆମେ ଏକାଠି ହେବା ଉଚିତ୍ ବୋଲି ଆଜି ସାହଯ୍ୟ ଅନୁଷ୍ଠାନର ବନ୍ଧୁତା ଦିବସରେ ମତ ପ୍ରକାଶ ପାଇଛି । କାର୍ଗିଲ ରୋଡ଼୍ରେ ଆଜି ବନ୍ଧୁତା ଦିବସ ପାଳନ ଉପଲକ୍ଷେ ବୃକ୍ଷକୁ ସୁରକ୍ଷା ପାଇଁ ଶପଥ ନେବା ସହ ବୃକ୍ଷରେ ବନ୍ଧୁତା ଡୋରି ବନ୍ଧା ଯାଇଥିଲା । ଅନୁଷ୍ଠାନ ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବଚକ ମହର୍ଷି ନଚିକେତା, ରମେଶ ନନ୍ଦ, ସରୋଜ କୁମାର ସାହୁ, ପ୍ରମୋଦ କୁମାର ଦାସ, ଚିତରଞ୍ଜନ ଭଞ୍ଜ ଓ ବହୁ ବ୍ୟକ୍ତି ସାମିଲ ହୋଇଥିଲେ ।


