ବାମପନ୍ଥୀ ନେତାଙ୍କ ନିବେଦନ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାମପନ୍ଥୀ ଦଳମାନଙ୍କ ସମର୍ଥନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ୨୬ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ବନ୍ଦନା ପାତ୍ରଙ୍କ ପକ୍ଷରୁ ଏକ ପରିଖି ପଞ୍ଚାୟତରେ ଏକ ନିର୍ବାଚନୀ ସଭା ପରିଖି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ବର୍ଷୀୟାନ ବାମପନ୍ଥୀ ନେତା ପଞ୍ଚାନନ ମାନ୍ନା ଏଥିରେ ଅଧ୍ୟକ୍ଷତା କରିଥିଲେ । ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଏଆଇଟିୟୁସିର ଜିଲା ସମ୍ପାଦକ ଶ୍ୟାମସୁନ୍ଦର ଜେନା, ସାମାଜିକ କର୍ମୀ ଆଲୋକ ଦାସଙ୍କ ସମେତ ସେକ ସଫିକ ସିପିଆଇ ଜୋନ ସମ୍ପାଦକ ଯତୀନ ପାତ୍ର ଓ ପ୍ରାର୍ଥୀ ବନ୍ଦନା ପାତ୍ର ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ନୀତିକୁ ଉପସ୍ଥାପିତ କରି କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥିନୀ ଶ୍ରମତୀ ପାତ୍ରଙ୍କୁ ଦା’ଧାନ କେଣ୍ଡା ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ବିଜେପି ଓ ବିଜେଡ଼ି ଉଭୟ ଦଳ ଓଡ଼ିଶାରେ ନଅବର୍ଷ ମିଳିତ ସରକାର କରିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ବୁଝାମଣାରେ ସରକାର ଚାଲିଛି ବୋଲି ସେମାନେ କହିଥିଲେ । କଂଗ୍ରେସ ନିଜର ପୂର୍ବ ଅପକର୍ମ ଓ ନେତୃତ୍ୱ କନ୍ଦଳରୁ ଜନତାଙ୍କ ବିଶ୍ୱାସ ଭାଜନ ହୋଇ ପାରୁନାହିଁ । ମାତ୍ର କମ୍ୟୁନିଷ୍ଟ୍ ପାର୍ଟି ସ୍ୱାଧୀନ ଭାରତରେ ଅର୍ଥନୈତିକ, ସାମାଜିକ ସମାନତା ପାଇଁ ଲଢ଼େଇ କରୁଛି ବୋଲି ବକ୍ତାମାନେ କହିଥିଲେ । ସ୍ୱାଧୀନତାର ୭୫ବର୍ଷ ମଧ୍ୟରେ ପୁଞ୍ଜିପତିମାନଙ୍କ ପୁଞ୍ଜି ବଢ଼ିଚାଲିଥିଲା ବେଳେ ମଧ୍ୟବିତ୍ତ ଓ ଶ୍ରମଜୀବୀ କୃଷକ-ଶ୍ରମିକ ଗରିବ ହେଉଛନ୍ତି । ସମାଜରେ ଅର୍ଥନୈତିକ ବୈଷମତା ବୃଦ୍ଧି ପାଇବାରେ ଲାଗିଛି । ବେକାରୀ ଓ ଦରଦାମ୍ ବଢ଼ିଚାଲିଛି । ଧର୍ମ, ଜାତି ଓ ସଂପ୍ରଦାୟକୁ ଆଧାର କରି ଏବଂ କଳା ଟଙ୍କା ବିନିମୟରେ କ୍ଷମତା ଦଖଲ କରାଯାଉଛି । ଏହି ଅନ୍ୟାୟ ବିରୋଧରେ ସଂଗ୍ରାମ ପାଇଁ କମ୍ୟୁନିଷ୍ଟ ପ୍ରାର୍ôଥନୀ ବନ୍ଦନା ପାତ୍ରଙ୍କୁ ନିର୍ବାଚିତ କରିବାକୁ ସଭାରେ ବକ୍ତାମାନେ ନିବେଦନ କରିଥିଲେ । ଦୟାନ ଅଲ୍ଲି ଖାଁ, ସୁଧିର ମଣ୍ଡଳ, ସେକ୍ ସିଦିକ୍ ଅଲ୍ଲି ଖାଁ, ସନ୍ତୋଷ ଗୋଚ୍ଛାୟତ, ଗୌରାଙ୍ଗ ଡିଙ୍ଗା, ସଂଯୁ ସେନାପତି, ମନୋରମା ମାଝୀ, ଯଶୋଦା ଡିଙ୍ଗା, ସୁମିତ୍ରା ଜେନା ଓ କବିତା ମାନ୍ନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ନବ କୁମାର ମାନ୍ନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ