ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଅଷ୍ଟମୀ ପୂଜା ଶେଷ
ଜଗତସିଂହପୁର,(ଅନସୂୟା ରାଉତ): ଏବେ ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି ହୋଇଛି । ଏଥିପାଇଁ ଆମଦେଶ ରାଜ୍ୟରେ ବିଭିନ୍ନ କଟକଣା ଯୋଗୁଁ ଦଶହରା ପର୍ବ ମଳିନ ପଡିଯାଇଛି । କିନ୍ତୁ ବିଭିନ୍ନ ଶକ୍ତିପୀଠରେ ଜଗତ ଜନନୀ ମାଙ୍କର ଅଷ୍ଟମୀ ପୂଜା ବିଧି ଯଥା ରୀତି ନୀତିରେ ସଂପନ୍ନ ହୋଇଛି । ଝଙ୍କଡ ବାସିନୀ ମା ଶାରଳାଙ୍କ ପୀଠରେ ପବିତ୍ର ପୂଜାର୍ଚ୍ଚନା ବିଧି ଅନୁସାରେ ସଂପନ୍ନ ହୋଇଛି । କନକ ଦୁର୍ଗାଙ୍କ ପବିତ୍ର ପୀଠରେ ରୀତି ନୀତି ଅନୁସାରେ ପୂଜା କାର୍ଯ୍ୟ ଶେଷ ହୋଇଛି । ଜଗତସିଂହପୁରର ପୁନଙ୍ଗସ୍ଥିତ ମା ଘୋଷ ଦୁର୍ଗାଙ୍କ ପବିତ୍ର ପୀଠରେ ରୀତି ନୀତି ଅନୁସାରେ ପୂଜା କାର୍ଯ୍ୟ ଶେଷ କରାଯାଇଛି । ହାଟ ବଜାର ସ୍ଥିତ ମା ଦୁର୍ଗାଙ୍କ ପୂଜା ଯଥାବିଧି ଶେଷ ହୋଇଛି । ଦୁର୍ଗା ବଜାର ସ୍ଥିତ ମା ଜଗତ ଜନନୀ ଦୁର୍ଗା, ଚର୍ଚ୍ଚୀକା ବଜାର ସ୍ଥିତ ମା ଚର୍ଚ୍ଚୀକା ଠାକୁରାଣୀଙ୍କ ପବିତ୍ର ପୀଠରେ ଅଷ୍ଟମୀ ତିଥିରେ ପୂଜାର୍ଚ୍ଚନା ଯଥା ବିଧି ଶେଷ ହୋଇଛି । ବାଲିକୁଦା ଅଞ୍ଚଳର ମା ଥାନ ପତି,ନାଗପୁରର ଅଧିଷ୍ଠାତ୍ରୀ ମା ଜାଗୁଳାଈ ଠାକୁରାଣୀ, ଚଷାପଡାର ଅଧିଷ୍ଠାତ୍ରୀ ମା ନାରାୟଣୀ, ସିଙ୍ଗିରୀ ଗ୍ରାମର ଅଧିଷ୍ଠାତ୍ରୀ ମା ଯଶୋଦାଈ ଠାକୁରାଣୀ, ପରହାଟର ଅଧିଷ୍ଠାତ୍ରୀ ମା ଭଗବତୀଙ୍କ ପୂଜାର୍ଚ୍ଚନା ଯଥାରୀତି ସଂପନ୍ନ କରାଯାଇଛି। ଶ୍ରଦ୍ଧାଳୁମାନେ ମଧ୍ୟ ଯଥାରୀତି ନାମାନୁସାରେ କଲ୍ଯାଣ ମୟୀ ଜଗତ ଜନନୀ ଦର୍ଶନ କରି ନିଜକୁ ଗୌରବାନ୍ବିତ ମନେ କରିଥିଲେ।


