ଦୈନିକ ଖବର କାଗଜ ଆଜିକାଲିର ୩୭ତମ ପ୍ରତିଷ୍ଠା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :-ଦୈନିକ ଓଡ଼ିଆ ଖବର କାଗଜ ଆଜିକାଲିର ୩୭ତମ ପ୍ରତିଷ୍ଠା ଦିବସ ଓଟି ରୋଡ଼ସ୍ଥିତ ସେଲିବ୍ରେସନ କଲ୍ୟାଣମଣ୍ଡପର ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଯଶସ୍ୱୀ ସାହିତ୍ୟିକା ଡ. ଦମୟନ୍ତୀ ବେଶ୍ରା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ସାଙ୍ଗକୁ ଛାପା ଗଣମାଧ୍ୟମର ସ୍ଥିତି ବଜାୟ ରଖିବାକୁ ସବୁ ମହଲରୁ ପ୍ରୟାସ ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ‘ଆଜିକାଲି’ର ପ୍ରତିଷ୍ଠାତା ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ ସ୍ମୃତିଚାରଣ ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ବାଲେ-ଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ସ୍ୱରୂପ କୁମାର ଦାସ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ପୌରାଧ୍ୟକ୍ଷା ସବିତା ସାହୁ, ଶିଳ୍ପଦ୍ୟୋଗୀ ଜୟଶ୍ରୀ ମହାନ୍ତି, ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନରେ ଛାପା ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଖବର କାଗଜ ସାମ୍ପ୍ରତିକ ସମାଜର ମାର୍ଗଦର୍ଶିକା ହୋଇଥିବା ବେଳେ ସାମ୍ବାଦିକମାନେ ନିରପେକ୍ଷ ଖବର ପରିବେଷଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ‘ଆଜିକାଲି’ର ପରିଚାଳନା ସମ୍ପାଦକ ଲକ୍ଷ୍ମୀନାରାୟଣ ମହାନ୍ତି ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । ଅନୁଷ୍ଠାନର ମୁଖ୍ୟ ସଂପାଦକ ଦୁଲାଲ ମିଶ୍ର, ପ୍ରକାଶକ କିଶୋର ଦାସ, ସମ୍ପାଦକ ଇଂ. ନିର୍ମାଲ୍ୟ ମହାନ୍ତି ମଞ୍ଚାସୀନ ହୋଇଥିଲେ । ସାମ୍ବାଦିକ ରାମନାରାୟଣ ଶତପଥୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ଶୁଭେନ୍ଦୁ ପଟ୍ଟନାୟକ, ଦର୍ପନାରାୟଣ ଦାସ, ଦିବାକର ମହାନ୍ତି, ଦାମୋଦର ସାମଲ, ରାଜେନ୍ଦ୍ର ପଟ୍ଟନାୟକ, ବିରଜା ନାୟକ, ଅଜିତ କୁମାର ମହାନ୍ତିଙ୍କ ସମେତ ‘ଆଜିକାଲି’ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ