ପାହାଡ ଧସି ବିପର୍ଣ୍ଣ ହୋଇଥିବା ଲୋକଙ୍କ ନିକଟରେ ମନ୍ତ୍ରୀ ଓ ସାଂସଦ

ପାରଳାଖେମୁଣ୍ଡି , ( ତାରିଣୀ ପ୍ରସାଦ ପଣ୍ଡା ) : ଗୁରୁବାର ଗୁମ୍ମା ଗ୍ରାମରେ ପର୍ବତ ଧସେଇ ହୋଇ ୨୧ରୁ ଉର୍ଦ୍ଧ ଘର ଭୁଷୁଡିବା ସହ ୧୫୦ରୁ ଉର୍ଦ୍ଧ ଗାଇ ମୃତ୍ୟୁବରଣ କରିଥିଲେ । ଶୁକ୍ରବାର ମାନ୍ୟବର ଏସସି ଏସଟି ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ବ୍ରହ୍ମପୁର ସାସଂଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧ୍ୟକ୍ଷ ଶ୍ରୀ ସୁଧୀର ଦାଶ,ପାରଳାଖେମୁଣ୍ଡି ଜିଲ୍ଲା ବିଜେଡି ପର୍ଯବେକ୍ଷକ ତଥା ସୋରଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ ଚନ୍ଦ୍ର ସ୍ୱାଇଁ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ଗମାଙ୍ଗ, ଗୁମ୍ମା ବ୍ଲକ ବିଜେଡି ସଭାପତି ଏନଶ ଶବର ପ୍ରମୁଖ ତେବେ ଦୁର୍ଘଟଣାଗ୍ରସ୍ଥ ଅଞ୍ଚଳର ପରିଦର୍ଶନ କରଥିଲେ । ବିଜେଡି ଦଳ ପକ୍ଷରୁ ହିତାଧିକାରୀ ମାନଙ୍କୁ ଶାଢୀ, କମଳ,ଟୁବାଲ ଆଦି ସମଗ୍ରୀ ବଣ୍ଟନ କରାଯିବା ସହ ଜିଲ୍ଲା ପ୍ରଶାସନ ତରଫରୁ ପିଡ଼ି ଡିଆରଡିଏ ଚଞ୍ଚଲ ରାଣା,ଜିଲ୍ଲାପାଳ ଅନୁପମ ଶାହା,ଜିଲ୍ଲା ଆରକ୍ଷୀ ଅଧିକାରୀ ସାରା ଶର୍ମା,ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ଏବଂ ଜିଲ୍ଲା ଓ ବ୍ଲକ ପ୍ରଶାସନ ଉପସ୍ଥିତ ରହି ୨୧ ଜଣ ହିତାଧିକାରୀଙ୍କୁ ଘର ତିଆରି କରିବା ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ, ସାସଂଦ, ଜିଲ୍ଲାପାଳ,ଏସି.ପି ଇତ୍ୟାଦି ବଡକଳାକୋଟ ଆଶ୍ରମ ବିଦ୍ୟାଳୟ ବୁଲି ପରିଦର୍ଶନ କରିବା ସହ ପିଲାମାନଙ୍କ ସହ ମଧ୍ୟହ୍ନ ଭୋଜନ କରି ସେମାନଙ୍କୁ ପାଠ୍ୟ ବିଷୟରେ ପଚାରିବୁଝିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ