ଧନୁଯାତ୍ରା ପାଇଁ ଆୟୋଜକଙ୍କ ହାତୀ ଚିନ୍ତା
ଚଳିତ ମାସ ୩୧ ତାରିଖରେ ଆରମ୍ଭ ହେବ ଧନୁଯାତ୍ରା । ଏହି ଧନୁଯାତ୍ରା ପାଇଁ ସବୁଠାରୁ ବଡ ସମସ୍ୟା ହୋଇଉଠିଛି ହାତୀ । ଧନୁଯାତ୍ରା ସମୟରେ କଂସ ମହାରାଜ ସମେତ ତାଙ୍କ ମନ୍ତ୍ରୀଙ୍କ ନିମନ୍ତେ ହାତୀ ସମସ୍ୟା ହୋଇଛିଡା ହୋଇଛି । ବରଗଡ ଧନୁଯାତ୍ରା ର ମୁଖ୍ୟ ଆକର୍ଷଣ କଂସ ମହାରାଜଙ୍କ ହାତୀ ପିଠିରେ ବସି ନଗର ପରିକ୍ରମା କରିବା ବେଶ କୈାତୁହଳ ପୂର୍ଣ୍ଣ ହୋଇଥାଏ । ।ରାଜା କଂସଙ୍କ ପାଇଁ ହାତୀ ଉତ୍ତରପ୍ରଦେଶରୁ ହାତୀ ମିଳିବା ସୁନିଶ୍ଚିତ ହୋଇଥିବା ବେଳେ ତାଙ୍କ ମନ୍ତ୍ରୀଙ୍କ ପାଇଁ ହାତୀ ନମିଳିବା ଆୟୋଜକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଉଠିଛି ।


