ଧନୁର୍ଜୟ ନାରାୟଣପୁର ଶାସନରେ ବିଶ୍ୱଶାନ୍ତି ଯଜ୍ଞର ପୁର୍ଣ୍ଣାହୁତୀ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବିଦ୍ୟାଧରପୁର ନିକଟସ୍ଥ ଧନୁର୍ଜୟ ନାରାୟଣପୁର ଶାସନ ଠାରେ ଚାଲିଥିବା ୨୩ତମ ବିଶ୍ୱଶାନ୍ତି ମହାଯଜ୍ଞ ଆଜି ପୁର୍ଣ୍ଣାହୁତୀ ସହ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ବିଶ୍ୱଶାନ୍ତି ଯଜ୍ଞରେ ଗତ ଗୁରୁବାର ଅଧିବାସ, ଅଙ୍କୁରାରୋପଣ କରାଯିବା ପରେ ଶାଳନ୍ଦୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଆରମ୍ଭ କରାଯାଇଥିଲା । ଗତକାଲି ପବିତ୍ର ଶିବରାତ୍ରୀ ଅବସରରେ ମହାରୁଦ୍ରଯଜ୍ଞ, ରୁଦ୍ରାଭିଷେକ ଆଦି କରାଯିବା ସହ ରାତିରେ ମହାଦୀପ ଉଠାଯାଇଥିଲା । ତିନିଦିନ ଧରି ହୋମଯଜ୍ଞ ପରେ ଆଜି ଅପରାହ୍ନରେ ଏହି ଯଜ୍ଞର ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇ କଳଶ ବିଷର୍ଜନ କରାଯାଇଥିଲା । ଏଥିରେ ଗୋପାଳକୃଷ୍ଣ ପତି, ମିଲନ ପତି କର୍ତ୍ତାଭାବେ ସଙ୍କଳ୍ପ କରିଥିବାବେଳେ ନିର୍ମଳ ମିଶ୍ର, ରୁପକ ମିଶ୍ର, ସୁବାଶିସ ରଥ, ରାଜେଶ ରଥ, ହୃଷିକେଶ ପାଣିଗ୍ରାହୀ, କିରଣବାଳା ପାଢ଼ୀ, ମଧୁସୁଦନ ସତପଥି, ଓମପ୍ରକାଶ ସତପଥି, ଜଗନ୍ନାଥ ରଥ, ଆଲୋକ ପାଢ଼ୀ, ଗୟାଧର ମିଶ୍ର, ଜୟନ୍ତୀ ମିଶ୍ର, ଅରୁପାନନ୍ଦ ପତି, ରମେଶ ଚନ୍ଦ୍ର ରଥ, ଅଭିରାମ ରଥ, ବିଭୂପ୍ରସାଦ ରଥ, ବସନ୍ତ ରଥ, ସସ୍ମିତା ରଥ, ଶମ୍ବୁନାଥ, ବସନ୍ତ ପଣ୍ଡା, ଯୋଗେଶ ରଥ, ରଞ୍ଜିତା ରଥ ପ୍ରମୁଖ ପୂଜାକାର୍ଯ୍ୟରେ ସହକର୍ତ୍ତା ଭାବେ ସାମିଲ ହୋଇଛନ୍ତି । ପଣ୍ଡିତ ଟୁକୁନୁ କର ଓ ସୁରେନ୍ଦ୍ର ଦାଶ ପ୍ରମୁଖ ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିପାଇଁ ସମଗ୍ର ଗ୍ରାମଟି ଉତ୍ସବ ମୁଖରିତ ହୋଇଉଠିଥିଲା । ଗ୍ରାମବାସୀଙ୍କ କହିବାନୁଯାଇ ଗାଁଠାରୁ କିଛି ଦୁରରେ ଏକ ଗଛମୁଳେ ମା ପୂଜା ପାଉଥିବାବେଳେ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗଛମୁଳେ ମାଙ୍କ ମନ୍ଦିର ସହିତ, ନିକଟରେ ମା ତାରିଣୀଙ୍କ ମନ୍ଦିର, ମହାଦେବ ମନ୍ଦିର ପ୍ରଭୃତି ନିର୍ମାଣ କରାଯାଇ ଏକ ସୁଶୋଭିତ ବଗିଚା କରାଯାଇ ପାରିଛି । ଯାହାକି ଭକ୍ତ ଓ ଶ୍ରଦ୍ଧାଳ ମାନଙ୍କ ପାଇଁ ଏକ ମନୋରମ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇ ପାରିଛି ।