ଧର୍ମପରାୟଣ ଜୟନ୍ତ ମହାପାତ୍ରଙ୍କ ପରଲୋକ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳ ବିକାଶନଗର ଗ୍ରାମର ଅବସରପ୍ରାପ୍ତ ରାଜସ୍ଵ ବିଭାଗୀୟ ଅଧୀକାରୀ ଜୟନ୍ତ ମହାପାତ୍ର (୮୦)ଙ୍କ କଟକ ଘରୋଇ ହସ୍ପିଟାଲରେ ସ୍ବାସ୍ଵଗତ କାରଣଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମଧ୍ୟ ରାତ୍ରରେ ଦେହାନ୍ତ ହୋଇଯାଇଛି । ତାଙ୍କର ମର ଶରୀରକୁ ରାଇରଙ୍ଗପୁର ନିଜ ବାସ ଭବନକୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା । । ସେଜଣେ ଅମାୟିକ, ଧର୍ମପରାୟଣ, ପରୋପକାରୀ, ମିଷ୍ଟଭାଷୀ ଭାବେ ଜଣାଶୁଣା ଥିଲେ । ତାଙ୍କର ଖବର ପାଇ ବ୍ରାହ୍ମଣ ସମାଜ, ଅମଲା ସଂଘ କମଚାରୀ, ଜ୍ଞାତି ପରିଜନ, ବନ୍ଧୁବର୍ଗ, ବିକାଶନଗର ଗ୍ରାମବାସୀ ପ୍ରମୁଖ ତାଙ୍କ ବାସ ଭବନରୃ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ସେହି ମହାନ୍ ଆତ୍ମାଙ୍କର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପରେ ତାଙ୍କର ମର ଶରୀରକୁ ରାଇରଙ୍ଗପୁର ସ୍ଵର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।ତାଙ୍କର ମଝିଆ ପୁଅ ଆଡଭୋକେଟ ରଜତ ମହାପାତ୍ର ମୁଖାଗ୍ନି ଦେଇଥିଲେ ।


