ଆଥେଲେଟିକ ଆସୋସିଏସନ ର କାର୍ଯ୍ୟକାରିଣୀ ସଦସ୍ଵକୁ ବିପୁଳ ଭୋଟରେ ନିର୍ବାଚିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ରବିବାର ଦିନ ମୟୂରଭଂଜ ଜିଲ୍ଲା ଆଥେଲେଟିକ୍ ଆସୋସିଏସନ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେଏଥିରେ ସ୍ଥାୟୀ ସଭାପତି ପଦ ଜିଲ୍ଲାପାଳ ଏବଂ ଉପସଭାପତି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରହିଥାନ୍ତି । ତଦସହ ସଂପାଦକ ଏବଂ ୧୦ ଜଣ କାର୍ଯ୍ୟକାରିଣୀ ସଦସ୍ଵ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଏଥର ୫୯୩ ଜଣ ମତଦାତାଙ୍କ ମଧ୍ୟରୁ ୫୨୦ ଜଣ ମତଦାତା ଭୋଟଦାନ କରିଥିଲେ । ସାଧାରଣ ସଂପାଦକ ଭାବେ ଆଡଭୋକେଟ ବିଜୟ କୁମାର ଦାସ ୨୬୯ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ କୋଷାଧ୍ୟକ୍ଷରେ ଅମିତାଭ ଦାସ ୩୦୧ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ସେହିଭଳି ୧୦ ଜଣ କାର୍ଯ୍ୟକାରିଣୀ ସଦସ୍ଵରୁ ବାମନଘାଟୀ ଉପଖଣ୍ଡର ଵରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ ୨୪୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ବାମନଘାଟୀ ଉପଖଣ୍ଡରୁ କୌଣସି ପ୍ରାର୍ଥୀ ପୂର୍ବରୁ ହୋଇଥିବା ଦୁଇଟି ନିର୍ବାଚନରେ ବିଜୟୀ ହୋଇ ନାହାନ୍ତି ଯାହାଫଳରେ ବାମନଘାଟୀ ଉପଖଣ୍ଡର କ୍ରୀଡାର ସ୍ଵର ଜିଲ୍ଲାସ୍ତରରେ ଶୁଭୁ ନ ଥିଲା । ତାଙ୍କ ବିଜୟରେ ବାମନଘାଟୀ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।ଏଥର ଜିଲ୍ଲା କ୍ରୀଡା ବିଭାଗରେ ବାମନଘାଟୀର ସ୍ଵର ଶୁଭିବ । ତାଙ୍କର ବିଜୟରେ ବାମନଘାଟୀ ଉପଖଣ୍ଡର ବିଭିନ୍ନ ସଂଗଠନରୁ ତାଙ୍କ ପାଖକୁ ପ୍ରଶଂସା ଓ ଶୁଭେଛାର ଶୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ