ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ପ୍ରେସ କ୍ଲବର ପୂର୍ବତନ ସହସଂପାଦକ ଚିନ୍ତାମଣି ମିଶ୍ରଙ୍କ ପିତା ତଥା ବନ୍ତ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଗୌରାଙ୍ଗ ଚନ୍ଦ୍ର ମିଶ୍ର (୮୬)ଙ୍କର ଗତ ୩୦ ତାରିଖରେ ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ୪ ଝିଅ, ଏକମାତ୍ର ପୁତ୍ର, ପୁତ୍ରବଧୁ ରଶ୍ମିତା ପଣ୍ଡାଙ୍କ ସମେତ ନାତି, ନାତୁଣୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କୋଭିଡ୍ ଗାଇଡ ଲାଇନ୍ ପାଳନ କରାଯାଇ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ସେ ଦୀର୍ଘ ୫୮ ବର୍ଷ ଧରି ବନ୍ତ ଅଞ୍ଚଳର ଜଣେ ସୁନାମଧନ୍ୟ କର୍ମକାଣ୍ଡ ଓ ନିଷ୍ଠାପର ପୁରୋହିତ ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ବନ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


