ଧର୍ଷଣ ଓ ଠକେଇ ଅଭିଯୋଗରେ ସମିତି ସଭ୍ୟ ଗିରଫ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମୁମ୍ବାଇରେ ଜଣେ ମହିଳାଙ୍କୁ ଧର୍ଷଣ ଓ ପ୍ରାୟ ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଶନିବାର ବିଳମ୍ବିତ ରାତିରେ ହିଞ୍ଜିଳି ପୋଲିସ ସହାୟତାରେ ମହାରାଷ୍ଟ୍ର ପୋଲିସ ଜଣେ ସମିତିସଭ୍ୟଙ୍କୁ ଗିରଫ କରିଛି । ଗିରଫ ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ପଞ୍ଚାୟତ ସମିତିର ସଭ୍ୟ ଏ ସୁଦାମ । ସମତିସଭ୍ୟଙ୍କୁ ଗିରଫ କରାଯିବା ପରେ ରବିବାର ବ୍ରହ୍ମପୁର ସିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ର ମୋନିପଡା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ସଂପୃକ୍ତ ସମିତି ସଭ୍ୟ ମୁମ୍ବାଇରେ ରହୁଥିବା ବେଳେ ବିବାହ ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିବା ସହ ପ୍ରାୟ ୧୦ ଲକ୍ଷ ଟଙ୍କା ଠକେଇ କରି ନେଇଯାଇଥିବା ନେଇ ମହିଳା ଜଣଙ୍କ ମୋନିପଡା ଥାନାରେ ଅଭିଯୋଗ କରିଥିଲେ । ପ୍ରକାଶ ଥାଉକି, ସଂପୃକ୍ତ ସମିତି ସଭ୍ୟ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ଭାବେ କଞ୍ଚୁରୁ ପଞ୍ଚାୟତରୁ ନିର୍ବାଚିତ ହୋଇଥିଲେ । ଦଳ ପକ୍ଷରୁ କୋଣଠେସା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କୈାଣସି ପ୍ରକାର ସହଯୋଗ ନମିଳିବାରୁ ଚଳିତ ମାସ ୪ ତାରିଖରେ ଶ୍ୟାମଳାଇ ପୀଠ ଠାରେ ଆୟୋଜିତ କଂଗ୍ରେସ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଯୋଗ ଦାନ କରିଥିଲେ । ସଂପୃକ୍ତ ସମିତି ସଭ୍ୟଙ୍କ ଗିରଫ ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ