ନଣଦଙ୍କୁ ଆକ୍ରମଣ କରି ସୁନା, ଗହଣା, ସହ ନଗଦ ଟଙ୍କା ଚୋରି

ତିର୍ତୋଲ (ଅଭିଷେକ ତ୍ରିପାଠୀ ) : ତିର୍ତ୍ତୋଲ ଥାନା ଅନ୍ତର୍ଗତ ବୋଧେଇ ପଞ୍ଚାୟତର ଜୋକେଇ ଗ୍ରାମର ପିକନ ସାହୁଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଦୃବୁତ ମାନେ କବାଟ ଭାଙ୍ଗି ପଶିବା ସହ ଏକ ଘରେ ନଣଦ, ଓ ଭାଉଜଙ୍କ ସହ ତାଙ୍କର ଏକ ବର୍ଷର ଶିଶୁ ମଧ୍ୟ ତାଙ୍କ ସହ ସୋଇଥିବା ବେଳେ ଦୃବୁତ ମାନେ ଘର ମଧ୍ୟକୁ ପଶି ବାକ୍ସକୁ ଭାଙ୍ଗୁ ଥିବାବେଳେ ଏହାକୁ ପ୍ରତିରୋଧ କରିବାକୁ ଜାଇନଣଦ ସୁଷମା ସାହୁ ପାଟିକରିବାରୁ |ତାଙ୍କ ମୁଣ୍ଡ କୁ ଶାବଳ ରେ ଆଘାତ କରିବା ସହ ଶୋଇଥିବା ଶିଶୁ କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଘର ଲୋକମାନେ ଭୟଭିତରେ ଚୁପ ରହିବା ସହ ଦୃବୁତ ମାନେ ବାକ୍ସ ଆଟାଚ ଆଦିକୁ ନେଇ ସେଥିରେ ଥିବା ସୁନା, ରୂପା, ଓ ନଗଦ ଟଙ୍କା ନେଇଯିବାସହ ବାହାର ପଟରୁ କବାଟ ଦେଇ ଚାଲିଯାଇଥିଲେ|ସଖାଳ ହେବାରୁ ଗାଁ ର ଲୋକମାନେ ଘର ଭିତରୁ କାନ୍ଦ ବୋବାଳି ଶୁଭୁ ଥିବାରୁ କବାଟ ଆଗ ଆଡୁ ଫିଟାଇ ଗୁରୁତର ଆହତ ହୋଇଥିବା |ନଣଦ କୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଏ ନେଇ ପରିବାର ପକ୍ଷରୁ ତିର୍ତ୍ତୋଲ ଥାନାରେ ଚୋରି ଅଭିଯୋଗ ହୋଇଥିବା ଜଣାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ