ନବୀନଙ୍କ ଜନ୍ମଦିନ ଅବସରରେ ବିଜେଡି ତରଫରୁ ରାଇରଙ୍ଗପୁର ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଇରଙ୍ଗପୁର ମେଡିକାଲରେ ବିଜୁଜନତା ଦଳ ତରଫରୁ ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ।ଏଥିରେ ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ତଥା ଜଶୀପୁରର ଟାଣୁଆ ନେତା ଶ୍ରୀ ଚକ୍ରଧର ହେମ୍ବ୍ରମ, ବିଜେଡ଼ି ନେତ୍ରୀ ବାସନ୍ତୀ ମାର୍ଣ୍ଡି,ଧିରା ବେଶ୍ରା,ସାରଥି ମୁର୍ମୁ,ପୂର୍ଣ୍ଣିମା ମହାନ୍ତ, ତନୁଜା ମହାନ୍ତ,ପ୍ରତିଭା ମହାନ୍ତ ବିଜେଡ଼ି ନେତା ହରେକୃଷ୍ଣ ମଣ୍ଡଳ, ସଚିନ ଦାଶ,ଦୀପ୍ତିମାନ ବଳ, ମୟୁରଭଂଜ ବିଜେଡି ସଦର ସଭାପତି ଅଭିଷେକ ପଟ୍ଟନାୟକ,ରାଜ୍ୟ ଯୁବ ଯୁଗ୍ମ ସଂପାଦକ ଗଣେଶ ମିଶ୍ର, ଛାତ୍ରନେତା ସିକନ ଦାସ,ଆହ୍ୱାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ