ନବ ନିଯୁକ୍ତ ୩ ମନ୍ତ୍ରୀଙ୍କୁ ଭେଟିଲେ ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ବିଜେଡି ଯୁବ ନେତା ଇଂ.ରୂପେଶ କୁମାର ପାଣିଗ୍ରାହୀ ଆଜି ଭୁବନେଶ୍ୱର ଠାରେ ନବ ନିଯୁକ୍ତ ୩ମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାର ବିକାଶ ଲାଗି ଆଲୋଚନା କରିଥିବାର ଜଣାପଡିଛି । ଯୁବନେତା ଇଂ. ପାଣିଗ୍ରାହୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ଶୁଭେଚ୍ଛା ଜଣାଇଥିଲେ । ଏହା ସହ ଜିଲ୍ଲା ପ୍ରଗତି ନିମନ୍ତେ ଆଲୋଚନା କରିଥିବାର ଜଣାପଡିଛି । ନବନିଯୁକ୍ତ ମନ୍ତ୍ରୀମାନେ ମଧ୍ୟ ବେସ ଉତ୍ସାହିତ ମନୋଭାବ ପୋଷଣ କରି ଗଜପତି ଜିଲ୍ଲାର ବିକାଶ ଦିଗରେ ଜାରି ରହିଥିବା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି । ଶ୍ରୀ ପାଣିଗ୍ରହୀଙ୍କ ସମେତ ବରିଷ୍ଠ ବିଜେଡି ନେତା ପ୍ରଫେସର ମାରୁତ କୁମାର ପାଳ ଉପସ୍ଥିତ ରହି ଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ନବୀନ ସରକାରର ୫ବର୍ଷ ଶାସନର୩ବର୍ଷ ପରେ ପ୍ରଥମ ନବକଳେବର କାଲି ହୋଇଥିଲା ।


