ନାଉଗାଁ ପାଚିକା ସହାୟିକା ସଂଘ ପକ୍ଷରୁ ଦାବିପତ୍ର

ନାଉଗାଁ, (ଓ୍ବାଇଏନ୍ଏସ୍) : ସାରା ଓଡିଶା ମିଳିତ ପାଚିକା ସହାୟିକା ସଂଘ ନେତୃତ୍ୱରେ ୬ ଦଫା ଦାବିକୁ ନେଇ ସାରା ଓଡିଶା ଦାବି ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ସଂଘର ଉପଦେଷ୍ଟା ତଥା ଏ.ଆଇ.ୟୁ.ଟି.ୟୁ.ସି ଜିଲ୍ଲା ସଂଗଠକ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ନାଉଗାଁ ବ୍ଳକରେ ପାଳିତ ହୋଇଯାଇଛି । ବ୍ଲକ କମିଟି ସମ୍ପାଦିକା ସୁରମା ବେହେରା, ସଂଯୁକ୍ତା ମହାନ୍ତି, ସଂଯୁକ୍ତା ଦାସ, କୌଶଲ୍ୟା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ବେହେରା, ମାମା ଦାସ ପ୍ରମୁଖ ଯୋଗ ଦେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ ବେହରାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗତ ନଭେମ୍ବର ୨୦୦୯ ରୁ ଏପ୍ରିଲ ୨୦୧୨ ପର୍ଯ୍ୟନ୍ତ ବାକିଥିବା ୨୮ ମାସର ବର୍ଦ୍ଧିତ ଦରମା, ଗତ ଏପ୍ରିଲ ୨୦୧୮ରୁ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ମାସିକ ଦରମା ୨ ହଜାର ଟଙ୍କା, କରୋନା ସଂକ୍ରମଣ ସହାୟତା ୫ ହଜାର ଟଙ୍କା ପ୍ରଦାନ ସହିତ ନୂତନ ସଂଶୋଧିତ ଶ୍ରମ ଆଇନ ବାତିଲ, ପ୍ରବାସୀ ଶ୍ରମିକ ମାନଙ୍କୁ ଗାଡି ଭଡା, ଖାଦ୍ୟ ଓ ଚିକିତ୍ସା ମାଗଣାରେ ଯୋଗାଇବା ସହିତ ସ୍କୁଲ ମିଶ୍ରଣ, ହାଇସ୍କୁଲରୁ ଅଷ୍ଟମ ଶ୍ରେଣୀ ଉଚ୍ଛେଦ ଓ ୬୦ ବର୍ଷ ପରେ ଛଟେଇ ହୋଇଥିବା ପାଚିକା ସହାୟିକାଙ୍କୁ ସହାୟତା ଯୋଗାଇ ଦେବା ଆଦି ଦାବିପତ୍ରରେ ଦର୍ଶାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ