ନାଉଗାଁ ବ୍ଳକରେ ଯୁଗ୍ମ ଜନଶୁଣାଣି ଶିବିର

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଶିବିରରେ ସର୍ବମୋଟ ୮୯ଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ସମସ୍ୟା ୬ଟି,ମୁଖ୍ୟମନ୍ତୀଙ୍କ ସହାୟତା ପାଣ୍ଠିକୁ ୩ଟି, ଆବାସ ଯୋଜନାରେ ୩୧ଟି, ଭତା ସମ୍ବଦ୍ଦୀୟ ୧୬ଟି, ଖାଉଟି ସାମଗ୍ରୀ ସମ୍ବଦ୍ଦୀୟ ୭ଟି, ଆଇନ ସହାୟତା ସମ୍ବଦ୍ଦୀୟ ୪ଟି, ପ୍ରାକୃତିକ ବିପର୍ଯ୍ୟୟ ସମ୍ବଦ୍ଦୀୟ ୨ଟି, ରେଡକ୍ରସ ସମ୍ବଦ୍ଦୀୟ ୧ଟି ଓ ବିଜୁ ଗ୍ରାମ୍ୟ ଜ୍ୟୋତି ସମ୍ବଦ୍ଦୀୟ ୩ଟି, କାଳିଆ ଯୋଜାନ ସମ୍ବଦ୍ଦୀୟ ୨ଟି, ଜମିଜମା ସମ୍ବଦ୍ଦୀୟ ୨ଟି, ଘରଢିଅ ସମ୍ବଦ୍ଦୀୟ ୫ଟି ଓ ସ୍ୱାସ୍ଥ୍ୟ ସମ୍ବଦ୍ଦୀୟ ୨ଟି ଆଦି ଅଭିଯୋଗ କରାଯାଇଥିଲା । ସେଥିମଧ୍ୟରୁ ୮ଟି ଅଭିଯୋଗର ସମାଧାନ କରାଯାଇଥିଲା । ଅନ୍ୟ ଗୁଡିକ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର,ବିଡିଓ ରଶ୍ମିରେଖା ମଲ୍ଲିକ,ତହସିଲଦାର ଜେ.କଳ୍ପନା, ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହୁରାଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ