ନାଉଗାଁ ବ୍ଳକ ଦେବୀ ନଦୀର ବାଲି ସୈରାତ ପାଇଁ ନିଲାମ ପ୍ରକ୍ରିୟା ଶେଷ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ତହସିଲ ଅନ୍ତର୍ଗତ ଦେବୀନଦୀରେ ଥିବା ବାଲି ସୈରାତ ପାଇଁ ନିଲାମ ପ୍ରକ୍ରିୟା ବୁଧବାର ଶେଷ ହୋଇଛି । ତହସିଲ ପକ୍ଷରୁ ୨୪ ନଭେମ୍ବର ୨୦୨୦ରେ ଉକ୍ତ ନଦୀରେ ଥିବା ୬ଟି ବାଲି ସୈରାତ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ୬ଟି ବାଲି ସୈରାତ ମଧ୍ୟରେ ଶିଖର ପଂଚାୟତର ଶିଖର, ଗଳଦାରୀ ପଂଚାୟତର ଏରେଡା,ଗଳଦାରୀ,ବଛାଳୋ ପଂଚାୟତର ବଛାଳୋ, ଅଲଣା-୨, ରୋହିଆ ପଂଚାୟତର ଅରଖକୁଦ । ଉକ୍ତ ନିଲାମ ପକାଇବା ପାଇଁ ୧୬ ଡିସେମ୍ବର ୨୦୨୦ ଦିବା ୧ଘଟିକା ସମୟ ଧାର୍ଯ୍ୟ କରାଯାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ସର୍ବମୋଟ ୫୪ଟି ଟେଣ୍ଡର ତହସିଲ କାର୍ଯ୍ୟାଳୟରେ ପହଂଚିଥିଲା । ଦିବା ୩ ଘଟିକା ସମୟରେ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଜେ.କଳ୍ପନା,ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରାଙ୍କ ଉପସ୍ଥିତରେ ନିଲାମ ପାଇଁ ଟେଣ୍ଡର ପକାଇଥିବା ନିଲାମଧାରୀମାନେ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଉପସ୍ଥିତିରେ ଟେଣ୍ଡର ଗୁଡିକ ଖୋଲାଯାଇଥିଲା । ଶିଖର ବାଲି ସୈରାତ ପାଇଁ ୧୦ଟି,ଏରେଡା ବାଲି ସୈରାତ ପାଇଁ ୧୧ଟି, ଗଳଦାରୀ ପାଇଁ ୧୪ଟି,ବଛାଳୋ ପାଇଁ ୭ଟି,ଅରଖକୁଦ ପାଇଁ ୫ଟି ଓ ଅଲଣା-୨ ବାଲି ସୈରାତ ପାଇଁ ୭ଟି ଟେଣ୍ଡର ପକାଯାଇଥିବା ଜଣାଯାଇଛି । ଶିଖର ବାଲି ସୈରାତ ପାଇଁ ତ୍ରିନୟନ ରଥ ବାଲି ସିଏମ ପ୍ରତି ୧ ହଜାର ୩ ଶହ ଟଙ୍କା,ଏରେଡା ଦେବୀଦତ ମହାନ୍ତି ସିଏମ ପ୍ରତି ୩ ହଜାର ୫ ଶହ ୨୫, ବଛାଳୋ ପାଇଁ ଦେବାଶିଷ ମହାରଣା ୨ହଜାର ୫ଶହ ୫୫, ଅରଖକୁଦ ପାଇଁ ଶକୁନ୍ତଳା କାବୁ ୮ ଶହ ୩୩, ଅଲଣା-୨ ଦେବୀପ୍ରସାଦ ତ୍ରିପାଠୀ ୮ ଶହ ୬୫, ଗଳଦାରୀ ଅକ୍ଷୟ କୁମାର ମହାନ୍ତି ବାଲି ସିଏମ ପ୍ରତି ୨ ହଜାର ୫ ଶହ ୨୫ ଟଙ୍କାରେ ଟେଣ୍ଡର ପାଇଥିବା ତହସିଲଦାର ଜେ.କଳ୍ପନା ଘୋଷଣା କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଉକ୍ତ ବ୍ଳକରେ ୨୦୧୫ ମସିହାରେ ୩ଟି ବାଲି ସୈରାତ ନିଲାମ ପ୍ରଦାନ କରାଯାଇଥିଲା । ଟେଣ୍ଡର ଖୋଲାଯିବା ସମୟରେ ଯେପରି କିଛି ଅପ୍ରିତିକର ସୃଷ୍ଟି ନହୁଏ ସେଥିପ୍ରତି ତହସିଲ ଦେଇଯାଇଥିବା ତିହୁଡା-ବ୍ଳକ ଛକ ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଥିଲା । ନାଉଗାଁ ଥାନାଧିକାରୀ ଭରତ ଚନ୍ଦ୍ର ବେହେରା ଓ ଏସଆଇ ପ୍ରତାପ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କଡା ଦୃଷ୍ଟି ରଖାଯାଇଥିଲା ।


