ନାଟକ ମହୋତ୍ସବ ଉଦ୍ଯାପିତ
ପାରାଦୀପ, (ପୀତବାସ ପ୍ରଧାନ) :-ନୂଆଗାଁ ସିଦ୍ଧଗୁମ୍ଫା ଆଶ୍ରମ ସମ୍ମୁଖ ପଡିଆରେ ମା ବଜ୍ରମହାକାଳୀ ନାଟ୍ୟ ପରିଷଦ ନୂଆଗାଁ ତରଫରୁ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ନାଟକ ମହୋତ୍ସବରେ ନୂଆଗାଁ ପଂଚାୟତ ସମେତ ଢ଼ିଙ୍କିଆ, ଗଡକୁଜଙ୍ଗ, ବାଲିତୁଠ ଓ ବାମଦେଇପୁର ପଂଚାୟତର ହଜାର ହଜାର ଦର୍ଶକ ଉପସ୍ଥିତ ରହି ନାଟକର ଭରପୁର ମନୋରଞ୍ଜନ ଉଠାଇଥିଲେ । ପ୍ରଥମ ରଜନୀରେ ଯୁବ ନିର୍ଦ୍ଦେଶକ ରଞ୍ଜନ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ଓ ଦ୍ୱିତୀୟ ରଜନୀରେ ଦିଲ୍ଳୀପ ଦାସଙ୍କ ନିର୍ଦ୍ଦେଶିତ ନାଟକ ‘ବଇନା ଦେଇଛି ବାହାହେବାକୁ’ ମଂଚସ୍ଥ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ସମାଜସେବୀ ତମିଲ୍ ପ୍ରଧାନ, ନୂଆଗାଁ ସରପଂଚ ସୁଚିତ୍ରା ମନ୍ତ୍ରୀ, ସମିତିସଭ୍ୟା ସସ୍ମିତା ପଶାୟତ, ନିର୍ଦ୍ଦେଶକ ରଞ୍ଜନ ବର୍ଦ୍ଧନ ଓ ପବିତ୍ର ସ୍ୱାଇଁ ପ୍ରମୁଖ ଅତିଥି ରୂପେ ଯୋଗଦେଇ ନାଟକ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଜେଏସ୍ଡବ୍ଳୁର ସିଏସ୍ଆର୍ ମୁଖ୍ୟ ଅଭିଜିତ୍ କୁମାର ମୁଖ୍ୟ ଅତିଥିରୂପେ ଯୋଗଦେଇଥିବା ବେଳେ, ଅର୍ଥ ଅଧିକାରୀ ଶ୍ରୀଯୁକ୍ତ ପତି, ଲୋକ ସମ୍ପର୍କ ଅଧିକାରୀ ପ୍ରିୟାଂଶୁ, ସମାଜସେବୀ ତମିଲ୍ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଅଭିନୟରେ ଦିଲ୍ଲୀପ ଦାସ ପ୍ରଶାନ୍ତ ଜେନା, ବାବୁ ଦାସ, ଅରି ରଞ୍ଜନ ବର୍ଦ୍ଧନ, ବଳରାମ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ତୋଫାନ ଦାସ, ସରୋଜ ମହାନ୍ତି, ତନୁ, ବର୍ଷା, ଡଲି, ଆକାଂକ୍ଷା, ଦିପା ଓ ଶିଶୁ କଳାକାର ପ୍ରମୁଖ ଅଭିନୟ କରିଥିଲେ । ବଳରାମ ମହାନ୍ତି, ପ୍ରଶାନ୍ତ ଜେନା, ଆଲୋକ ସାହୁ, ସରୋଜ ଦାସ ପ୍ରମୁଖ ପରିଚାଳନା କରିଥିଲେ ।


