ନାବାଳିକା ଉଦ୍ଧାର ପରେ ପରିଵାର ସଦସ୍ୟଙ୍କୁ ହସ୍ତାନ୍ତର

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳର ଜୈନିକା ନାବାଳିକାଙ୍କୁ ହିଞ୍ଜିଳି ପୁଲିସ ରମ୍ଭା ଥାନା ଅଞ୍ଚଳରୁ ଉଦ୍ଧାର କରି ଶନିବାର ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ପ୍ରକାଶ ଯେ, ସାମାନ୍ୟ କଥାକୁ କେନ୍ଦ୍ର କରି ନାବାଳିକା ଜଣକ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇଥିଲା । ନାବାଳିକା ଜଣକ କ୍ରୋଧାନ୍ୱିତ ହୋଇ ପୋଖରୀକୁ ସ୍ନାନ କରିବାକୁ ଯିବାକୁ କହି କେଉଁ ଆଡେ ଚାଲିଯାଇଥିଲେ । ପରିବାର ସଦସ୍ୟ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ନାବାଳିକାଙ୍କ ସନ୍ଧାନ ମିଳିନଥିଲା । ଝିଅର ନିଖୋଜ ଖବର ନେଇ ନାବାଳିକାଙ୍କ ମା’ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନଂ – ୪୫୮/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଶନିବାର ପୁଲିସ କୈାଣସି ସୁତ୍ରରୁ ଖବର ପାଇ ରମ୍ଭା ଥାନା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ନାବାଳିକାଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗ କରି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ