ନିଖିଳ ଉତ୍କଳ ତେଲେଗା ଦୋରା ସମାଜ ବାର୍ଷିକ ଉତ୍ସବ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ନିଖିଳ ଉତ୍କଳ ତେଲେଗା ଦୋରା ସମାଜ ଖେମୁଣ୍ଡି ମଣ୍ଡଳ ର ବାର୍ଷିକ ଅଧିବେଶନ ସହ ଶ୍ରୀରାମ ନବମୀ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାହାସପୁର ହାଟ ସ୍ଥିତ ଖେମୁଣ୍ଡି ମଣ୍ଡଳ ସମାଜ ଗୃହ ପରିସରରେ ଅନୁଷ୍ଠିତ ସମାବେଶରେ ଜାତୀୟ ଏକତା ସୁଦୃଢ଼ କରିବା ସହ ଅନ୍ଧବିଶ୍ବାସ କୁସଂସ୍କାର ବିଲୋପ ନାରୀ ଶିକ୍ଷା ର ପ୍ରସାର ପରିବେଶ ସୁରକ୍ଷା ସ୍ୱଚ୍ଛତା ରକ୍ଷା ଜାତିଗତ ସଂସ୍କୃତି ପରମ୍ପରା ର ସୁରକ୍ଷା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ମଣ୍ଡଳସଭାପତି ଏମ ଏଙ୍ଗିଲି ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଭାପତି ଇ ମଦନ ଗୋପାଳ ଦୋରା କେନ୍ଦ୍ର ସମ୍ପାଦକ ଜି ଗୋପାଳ ରାଓ ଦୋରା ମହିଳା କେନ୍ଦ୍ର ସଭାପତି ଇ ମାହେଶ୍ୱରୀ ଦୋରା ମଣ୍ଡଳ ଉପସଭାପତି ଏନ୍ ମିଟୁ ଦୋରା ସମ୍ପାଦକ ପି ରାଜୁଵାବୁ ଦୋରା ସହ ସମ୍ପାଦକ ପି ଜାଗାରାଓ ଦୋରା କୋଷାଧ୍ୟକ୍ଷ ଏମ୍ ରାମଚନ୍ଦ୍ର ଦୋରା ଉପଦେଷ୍ଟା କେ ଶ୍ୟାମସୁନ୍ଦର ଦୋରା ପ୍ରମୁଖ ଯୋଗ ଦେଇଥିଲେ। ବାର୍ଷିକ ବିବରଣୀ ପଠନ ସହ କୁଳ ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଖେମୁଣ୍ଡି ମଣ୍ଡଳ ଅନ୍ତର୍ଗତ ସମସ୍ତ ଗାଁ ର ପରିବାର ଯୋଗ ଦେଇ ରାମ ନବମୀ ପାଳନ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।


