ନିବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ଅନୁଶ୍ରୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଅନୁଶ୍ରୀ ସାହୁ ଅଲ ଇଣ୍ଡିଆ ଲେଭେଲ ନିବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ସଫଳତା ବିଦ୍ୟାଳୟ ତଥା ଓଡିଶାକୁ ଗୌରବାନ୍ନିତ କରିଛି । ଗତ ନଭେମ୍ବର ମାସ ୨୫ ତାରିଖରେ ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ତରଫରୁ ଅନୁଷ୍ଠିତ ନିବନ୍ଧ ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରୀ ଅନୁଶ୍ରୀ ସାହୁ ଅଂଶ ଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି । ଏନେଇ ବିଦ୍ୟାଳୟ ପରିସରରେ ଛାତ୍ରୀ ଅନୁଶ୍ରୀଙ୍କୁ ବିଦ୍ୟାଳୟ ପରିଚାଳନା କମିଟି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଏବଂ ଛାତ୍ରଛାତ୍ରୀ, ଅଭିଭାବକ ମାନେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ ।


