ନିମାପଡ଼ା ହାଇସ୍କୁଲ ୧୯୯୮ ବ୍ୟାଚ ର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ସରକାରୀ ହାଇସ୍କୁଲ ର ୧୯୯୮ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଉତ୍ସବ ଦିଘାଳ ସ୍ଥିତ ମା ମନସା ଦେବୀ ଙ୍କ ପୀଠ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ଆଶୁତୋଷ ହରିଚନ୍ଦନ, କ୍ଷିତିଶ ପ୍ରସାଦ ମହାନ୍ତି, ନଳିନୀକାନ୍ତ ସାହୁ (ପପୁ), ସାୟଦ ରଫାତ, ନିଲ୍ଲା ସାହୁ, ସସ୍ମିତା ସାହୁ, ସୋନାଲିସା ସ୍ଵାଇଁ, ସୁଶ୍ରୀ ସଂଗୀତା ମହାନ୍ତି ପ୍ରମୁଖ ଯୋଗଦାନ କରି ଅତୀତ ର ସ୍ମୃତି ଚାରଣ କରିଥିଲେ। ପ୍ରତିବର୍ଷ ଏପରି ବ୍ୟାଚ୍ ସାଙ୍ଗ ମାନେ ବିଭିନ୍ନ ସ୍ଥାନରେ ଏକାଠି ହୋଇ ବଣଭୋଜି କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଅନ୍ୟ ସଦସ୍ୟ ମାନଙ୍କ ସହିତ ଯୋଗାଯୋଗ କରି ଏକ କମିଟି ଗଠନ କରିବାକୁ ସ୍ଥିର ହୋଇ ଥିଲା। ସମସ୍ତେ ବଣଭୋଜି ର ଆନନ୍ଦ ଉଠାଇଥିଲେ।


