ନିମାପଡା ପ୍ରିମିୟର ଲିଗ୍ ଫୁଟବଲ୍ ୫- ୦ ଗୋଲ ରେ ଏନ୍ ଏ ଏ ବିଜୟୀ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟ ବଲ ଟୁର୍ଣ୍ଣାମେଣ୍ଟର ଆଜି ଅଷ୍ଟମ ଦିବସରେ ପରଷ୍ପରକୁ ଭେଟିଥିଲେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଏବଂ ଧଳେଶ୍ଵରର ରୁଦ୍ରାମ୍ବିକା କ୍ଲବ।ନିମାପଡ଼ା ଆଥଲେଟିକ ଆସୋସିଏସନ୍ ୫-୦ ଗୋଲରେ ରୁଦ୍ରାମ୍ବିକା କ୍ଲବକୁ ପରାସ୍ତ କରିଥିଲା।ଆଶିଷ ସାହୁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଆଜି ଖେଳକୁ ନିର୍ମଳ କୁମାର ମିଶ୍ର,ସମରବରାଳ,ସତ୍ୟଜିତ ଆଚାର୍ଯ୍ୟ ଓ ପଦ୍ମ ଚରଣ ପାଣିଗ୍ରାହୀ ପରିଚାଳନା କରିଥଲେ।ଆସୋସିଏସନ୍ ଉପସଭାପତି ଦୋଳଗୋବିନ୍ଦ ସେଠୀ, ପୂର୍ବତନ ଖେଳାଳୀ ସୂର୍ଯ୍ୟ ନାରାୟଣ ମହାନ୍ତି,ରାଜକିଶୋର ରାଉତରାୟ ଓ ବିଚିତ୍ରାନନ୍ଦ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ବିଶ୍ଵଜିତ ମଲ୍ଲିକ, ପ୍ରକାଶ ବରାଳ,ଜୀତେଶ କାନୁନଗୋ,ଅକ୍ଷୟ ପାତ୍ର ଓ ବିରେନ୍ ବରାଳ ପ୍ରମୁଖ ସହାୟତା କରିଥିଲେ।ଆସନ୍ତା କାଲି ନିମାପଡ଼ା ହାଇସ୍କୁଲ ଓ ଝାମ୍ପୁଲାକୁଦର ବଜରଙ୍ଗୀ ଫୁଟବଲ କ୍ଲବ ମଧ୍ୟରେ ଖେଳ ହେବ ବୋଲି ସମ୍ପାଦକ ଜିବନାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି।


