ନିଳୋକରେ ନିରାଡମ୍ବର ଭାବେ ରାସପୂର୍ଣ୍ଣିମା ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକସ୍ଥିତ ମହାଦେବ ମନ୍ଦିର ପାଶ୍ୱର୍ରେ ନିରାଡମ୍ବର ଭାବେ ରାସପୂର୍ଣ୍ଣିମା ପାଳିତ ହୋଇଯାଇଛି । ଗୁରବାର ଭୋର ସମୟରେ ମହାଦେବ ପୁଷ୍କରିଣୀରେ ବୋଇତ ବନ୍ଦାଣ କୋଡିଡ୍ ଗାଇଡ୍ ଲାଇନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିସହ ମନ୍ଦିର ପାଶ୍ୱର୍ରେ ରାଧାକୃଷ୍ଣଙ୍କ ମୃଣ୍ମୟୀ ମୂର୍ତ୍ତ ପୂଜା ପାଇଛନ୍ତି । ପ୍ରାରମ୍ଭରେ ସଂଗ୍ରାମ ଦାଶ, ସ୍ମୃତିରଞ୍ଜନ ଦାଶ, ସାଇପ୍ରଭା ମିଶ୍ର ମହାଦେବ ପୁଷ୍କରିଣୀରୁ କଳସ ଆଣିବା ପରେ ଯଥାରୀତି ପୂଜାର୍ଚ୍ଚନା ହୋଇଥିଲା । ପୂଜକ ଉପେନ୍ଦ୍ର ମିଶ୍ର, ଶଙ୍କର୍ଷଣ ମିଶ୍ରଙ୍କ ଦ୍ୱାରା ସମସ୍ତ ପୂଜା କାର୍ଯ୍ୟ ସଂପାଦନ ହୋଇଥିଲା । ରବିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ ସନ୍ତୋଷ କୁମାର ମିଶ୍ର, ଶ୍ରୀକାନ୍ତ ବେହେରା, ସୁଧାଂଶୁ ଦାଶ, ବିକାଶ କୁମାର ଦାଶ, ସଚୀନ କୁମାର ଦାଶଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ