ନୂଆପଡାରେ ପଞ୍ଚାୟତ ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଚିକିଟି, (କୁରେଶୁ):ଚିକିଟି ବ୍ଲକ୍ ଅନ୍ତର୍ଗତ ନୂଆପଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଗଂଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ହୋଇ ଯାଇଛି। ଏଥିରେ ନୂଆପଡା ଗ୍ରାମ ପଂଚାୟତ ସରପଞ୍ଚ ବି ସନ୍ମୁଖ ରାଓ ସଭାପତିତ୍ବ କରିଥିଲା ବେଳେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସଂଯୋଜକ ଶ୍ରୀଯୁକ୍ତ ପଣ୍ଡା, ନୂଆପଡା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ….. ଶିକ୍ଷା ବିଭାଗ ତରଫରୁ ସହକାରୀ ଶିକ୍ଷକ ନରେନ୍ଦ୍ର ସାହୁ ଏବଂ ଚିକିଟୀ ବ୍ଲକ୍ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଯୋଗ ଦେଇ ବିପର୍ଯ୍ୟୟ ପ୍ରସ୍ତୁତିର ଆବଶ୍ୟକତା କାହିଁକି ରହିଛି ସେ ସମ୍ପର୍କରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଚାନ୍ଦପୁର ଓ ନୂଆପଡା ଗ୍ରାମ ପଂଚାୟତର ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସି ଆର୍ ପି ସଦସ୍ୟା, ଏମ ବି କେ ସଦସ୍ୟା, ଅସ୍ ଏଚ ଜି ସଦସ୍ୟା ସହ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆଲୋଚନା ଶେଷରେ ଗୋଷ୍ଠୀ ସଚେତନତା ନିମନ୍ତେ ଗ୍ରାମ୍ୟ ପରିକ୍ରମା କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ