ମାଁ ତାରିଣୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ନୂଆବର୍ଷ ଉପଲକ୍ଷେ ଛେନାପଦିଛକ ସ୍ଥିତ ମା ତାରିଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସକାଳ ୬ଟା ୩୦ରେ ମାଙ୍କ ମଙ୍ଗଳ ଆଳତୀପରେ ସକାଳ ଧୁପ, ପହିଲିଭୋଗ ଲାଗିପରେ ମାଙ୍କ ପହଡ ଖୋଲାଯାଇଥିଲା । ଶ୍ରଦ୍ଧାଳୁମାନେ ମାଙ୍କ ପାଖରେ ପୂଜାର୍ଚ୍ଚନା କରି ୨୦୨୦ର ଶୁଭ ମନାସୀ ଥିଲେ । ସେହିପରି ପାଖରେ ଥିବା ପ୍ରଭୂ ବିଶେଶ୍ୱର ମହାଦେବ ମନ୍ଦିର ଓ ଶନି ମନ୍ଦିରେ ମଧ୍ୟ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସେମାନଙ୍କ ମଙ୍ଗଳ କାମନା କରାଯାଇଥିଲା । ମାଙ୍କ ନିକଟରେ ପୂଜକ ହଳଧର ଦେହୁରୀ, ଚଢ଼େଇ ଦେହୁରୀ, ନାଣ୍ଡୁ ଦେହୁରୀ ପୂଜାର୍ଚ୍ଚନା କରିଥିବାବେଳେ ବିଶେଶ୍ୱର ମନ୍ଦିରରେ ବିଚିତ୍ର ପାଢ଼ୀ ଓ ଶନିଶ୍ଚର ମନ୍ଦିରରେ ବାଦଲ ପାଢ଼ୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ ।


