ବରିଷ୍ଠ ନାଗରିକ ଦିବସ ଓ ନୂତନ ଜର୍ଜ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓକିଲ ସଙ୍ଘ ର ଗୋଲଡେନ ଜୁବୁଲି ପାଠାଗାର ଗୃହରେ ଗତକାଲି ଅପରାହ୍ନ ୩ଟା ରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ କରାଯାଇଥିଲା, ଭଞ୍ଜନଗର ଉପଖଣ୍ଡ ଅଦାଲତ (କୋର୍ଟ ) ର ଅତିରିକ୍ତ ଜିଲ୍ଲା ଦଉରା ଜଜ ହେମନ୍ତ କୁମାର ସେଠି ନୂତନ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି, ସେ ପୂର୍ବରୁ କୋରାପୁଟ ରେ କାର୍ଯ୍ୟ ନିର୍ବାହ କରୁଥିଲେ, ଏହି ଅବସରରେ ସ୍ଥାନୀୟ ଓକିଲ ସଙ୍ଘ ତରଫରୁ ବାର ସଭାପତି ଅଭିମନ୍ୟୁ ଗୌଡ଼ ଙ୍କ ସଭାପତିତ୍ବ ରେ ନୂତନ ଜଜ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପାନ କରାଯାଇଥିଲା, ବାର ସମ୍ପାଦକ ଅଶୋକ କୁମାର ଜେନା ପ୍ରାରମଭିକ ସୂଚନା ଦେଇଥିଲେ ଓ ଉପ- ସଭାପତି ଜ୍ୟୋତି ରାଜ ପତି ଧନ୍ୟବାଦ ଅର୍ପଣ କରିଥିଲେ, ଏହା ସହିତ ବରିଷ୍ଠ ନାଗରିକ ଦିବସ ଅବସରରେ ନୂତନ ଜଜ ଙ୍କ ସଭାପତିତ୍ବ ରେ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶିବରାମ ପଣ୍ଡା, ବରିଷ୍ଠ ଆଇନଜିବି ସୋମନାଥ ନାୟକ, ଏମ ତାଜ ଆଦେନି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ଏହି କାର୍ଯ୍ୟକ୍ରମ କୁ ଆଇନଜୀବି ଅଳକା ମଞ୍ଜରୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଉପ ଜଜ ସ୍ରୋତସ୍ବୀନି କର ଧନ୍ୟବାଦ ଅର୍ପଣ କରିଥିଲେ, ଉଭୟ କାର୍ୟ୍ୟକ୍ରମ ରେ ଏସ ଡି ଜେ ଏମ ବେଦ ପ୍ରକାଶ, ଜେ ଏମ ଏସ ଏସ ସୁନୀଲା ମିଶ୍ର, ଅନେକ ବରିଷ୍ଠ ନାଗରିକ ଓ ଓକିଲ ସଙ୍ଘ ର ସମସ୍ତ ଓକିଲ ମାନେ ବହୁଳ ସଂଖ୍ୟାରେ ଉପସ୍ଥିତ ଥିଲେ ।


