ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା
ଯାଜପୁର (ଯୁଗାବ୍ଦ ନ୍ୟୁଜ ) : ଡଷ୍ଟବିନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଯାଜପୁର ଜିଲ୍ଲାର ରସୁଲପୁର ବ୍ଳକ ଅଧିନସ୍ଥ ମଧୁବନ ସ୍ୱାସ୍ଥ୍ୟ କେନ୍ଦୁରୁ ଆଜି ସକାଳୁ ଏକ ନବଜାତ ଶିଶୁକନ୍ୟା ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି। । ଅଳିଆ ସଫା କରୁଥିବା ସମୟରେ ଡଷ୍ଟବିନରେ ଶିଶୁକନ୍ୟାଟି ପଡ଼ିଥିବାର ଦେଖି ସ୍ଥାନୀୟ ଡାକ୍ତରଙ୍କୁ ଜଣାଇଥିଲେ ।ଡାକ୍ତର ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଗୁରୁତ୍ତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ । ଶିଶୁ ସୁରକ୍ଷା ୟୁନିଟ ଖବର ପାଇ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅଧିକ ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ସ୍ଥାନାନ୍ତରୀତ କରାଯାଇଛି ।


