ନେହେରୁ ଯୁବ ପ୍ରତିଷ୍ଠାନର ୫୦ତମ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟର ଅଗ୍ରଣୀ ଯୁବ ଓ ସାଂସ୍କୃତିକ ଅନୁଷ୍ଠାନ ନେହେରୁ ଯୁବ ପ୍ରତିଷ୍ଠାନ ୫୦ତମ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ଏଥିପୂର୍ବରୁ ୨୮ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୮ତାରିଖରେ ଅନୁଷ୍ଠାନର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବୈକୁଣ୍ଠ ନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ, ସନ୍ଧ୍ୟାରେ ସପ୍ତମ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ସେହିପରି୨୯ ତାରିଖ ଏଏସ୍‌ଜି ଓ ସିୱାଇପିଓଟି ଦ୍ୱାରା ଚକ୍ଷୁ, ମଧୁମେହ, ରକ୍ତ ପରୀକ୍ଷଣ, ଦନ୍ତ, ଇସିଜିଂ ମାଗଣାରେ ଅନୁଷ୍ଠିତ ହୋଇଥିଲା । ୩୦ ତାରିଖରେ ନମୋଃ ସହଯୋଗରେ ନୂଆଗାଁସ୍ଥ ଶ୍ରୀକୃଷ୍ଣ ଆନନ୍ଦ ବୃଦ୍ଧାଶ୍ରମଠାରେ ଆନନ୍ଦ ଉତ୍ସବର ଏକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ମେ ୧ ତାରିଖ ଅପରାହ୍ନରେ ନେହେରୁ ଯୁବ ପ୍ରତିଷ୍ଠାନ ପରିସରରେ ମହିଳା ଓ ଛାତ୍ରୀମାନଙ୍କ ମଧ୍ୟରେ ଫୁଲଗୁନ୍ଥା ପ୍ରତିଯୋଗିତା ହୋଇଥିଲା । ୨ ତାରିଖ ଅପରାହ୍ନରେ ସାଥୀ ଅନୁଷ୍ଠାନ ପକ୍ଷରୁ ଅଭିଜ୍ଞ ଡ଼ାକ୍ତରମାନଙ୍କ ଦ୍ୱାରା ୨୦ ଟଙ୍କାରେ ଡ଼ାକ୍ତରୀ ପରାମର୍ଶ ଦିଆଯାଇଥିଲା ଓ ପଞ୍ଜିକରଣ କରିଥିବା ବ୍ୟକ୍ତିବିଶେଷ ମାନେ ରିହାତି ମୂଲ୍ୟରେ ଔଷଧ କ୍ରୟ କରିପାରିବେ । ଅପରାହ୍ନ ୪ଟାରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସନ୍ଧ୍ୟାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷ, ବିଶିଷ୍ଟ ସାହିତ୍ୟିକ ଶ୍ରୀ ଅସିମ ମହାନ୍ତି, ରାଷ୍ଟ୍ରୀୟ ଲୋକସେବକ ମଣ୍ଡଳର ସମ୍ପାଦକ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଡ଼ିଏଭି ଓଡ଼ିଶା ଶାଖା ଆଞ୍ଚଳିକ ନିର୍ଦ୍ଦେଶକ ଡଃ କେଶବ ଚନ୍ଦ୍ର ଶତପଥୀ, ଯୁବ ସାହସିକତା ପାଇଁ ଚିତ୍ତ ରଞ୍ଜନ ପ୍ରଧାନଙ୍କୁ ଅତିଥିମାନେ ମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ କୃତି ନୃତ୍ୟ ପ୍ରତିଯୋଗୀମାନଙ୍କୁ ମଧ୍ୟ ଅତିଥିମାନେ ସମ୍ମାନିତ କରିଥିଲେ । ଏହି ଉତ୍ସବରେ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପୁଷ୍ପା ରାଉତ ପ୍ରମୁଖ ଯୋଗଦେଇ ନେହେରୁ ଯୁବ ପତିଷ୍ଠାନ ରାଜ୍ୟର ସର୍ବ ପୁରାତନ ଅନୁଷ୍ଠାନ ହୋଇ ବହୁ ଜନହିତକର କାର୍ଯ୍ୟ ଜନସାଧାରଣଙ୍କ ମଧ୍ୟରେ ଆଦୃତ୍ତ ହୋଇ ଆଜି ୫୦ ବର୍ଷରେ ପଦାର୍ପଣ କରି ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଏହି ମଞ୍ଚରେ ବରିଷ୍ଠ ସଂଯୋଜକ ସୁରେନ୍ଦ୍ର ସାହୁ, ଉପସଭାପତି ସଞ୍ଜୀବ ସାହୁ ଉପସ୍ଥିତ ଥିଲେ । ମିନତୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ଶ୍ରୀ ଶହଦେବ ଜୟସିଂ ସଭାପତିତ୍ୱ କରିଥିବା ବେଳେ ଆଶୀଷ ବେବର୍ତ୍ତା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦିକା ସୁମିତ୍ରା ତ୍ରିପାଠୀ ଅନୁଷ୍ଠାନର ୫୦ବର୍ଷର ଇତିବୃତ୍ତି ବର୍ଣ୍ଣନା କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ସୁଦୀପ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉମେଶ ନନ୍ଦଙ୍କ ସଂଯୋଜନା ଓ ଅସୀମ ଜେନା, ଲିଲିପ୍ତା ମହାପାତ୍ର, ମଞ୍ଜୁ ନନ୍ଦ ପ୍ରମୁଖଙ୍କ ସହଯୋଗରେ ଉତ୍ସବଟି ବେଶ୍ ସଫଳ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ