ନୟାହାଟ ଅଞ୍ଚଳ ରେ ଲୁଟେରା ଙ୍କ ଦୌରାତ୍ମ୍ୟ ବୃଦ୍ଧି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ଥାନା ନୟାହାଟ ଫାଣ୍ଡି ଅଞ୍ଚଳ ରେ ଗତ କିଛି ଦିନ ହେବ ଲୁଟେରା ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବାବେଳେ ସ୍ଥାନୀୟ ପୋଲିସ ର ନିଷ୍କ୍ରିୟତା ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ଆତଙ୍କିତ କରିଛି।ସୋମବାର ରାତି ରେ ନୟାହାଟ ଫାଣ୍ଡି ଅଞ୍ଚଳ ର ଦୁଇଟି ସ୍ଥାନ ରୁ ଲୁଟ ହୋଇଥିବା ପୋଲିସ ରେ ଅଭିଯୋଗ ହୋଇଛି।ନିକଟସ୍ଥ ଧୁମାଳୋ ଗ୍ରାମ ର ସୂର୍ଯ୍ୟକାନ୍ତ ମିଶ୍ର ଙ୍କ ର ନୟାହାଟ ବଜାର ରେ ଥିବା ଏକ ମୋବାଇଲ ଦୋକାନ ର କବାଟ କୁନ୍ଦା କୁ ତାଡ଼ି ଗତ କାଲି ରାତି ରେ ଦୁବୃର୍ତ୍ତ ମାନେ ୩ ଲକ୍ଷ ୧୦ ହଜାର ଟଙ୍କା ଲୁଟ କରି ନେଇଥିବା ଶ୍ରୀ ମିଶ୍ର ନୟାହାଟ ଫାଣ୍ଡି ରେ ଅଭିଯୋଗ କରିଛନ୍ତି। ଏହା ସହିତ ନିକଟସ୍ଥ ପାଣିଛତ୍ର ପାତ୍ର ସାହି ଗ୍ରାମ ର ତପନ କୁମାର ପାତ୍ର ଙ୍କ ଘର କବାଟ ରେ ପଡ଼ିଥିବା କୋଲପ କୁ ଭାଙ୍ଗି ଦୁବୃର୍ତ୍ତ ମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟ କରି ନେଇଥିବା ଶ୍ରୀ ପାତ୍ର ନୟାହାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ନୟାହାଟ ଫାଣ୍ଡି ପୋଲିସ ଉଭୟ ସ୍ଥାନ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ଦିନ ପୂର୍ବେ ଧୂମାଳୋ ପଞ୍ଚାୟତ ର ନାୟବ ସରପଞ୍ଚ ଙ୍କ ବାଇକ କୁ ଲୁଟେରା ମାନେ ଲୁଟ କରି ନେ଼ଇଥିବାବେଳେ ଜଙ୍ଗଲବୋରି ପଞ୍ଚାୟତ କାର୍ଯ୍ୟାଳୟ ଗୃହ ତାଲା ଭାଙ୍ଗି ଦୁବୃର୍ତ୍ତ ମାନେ ଅନେକ ସାମଗ୍ରୀ ଲୁଟ କରିନେଇଥିଲେ ବୋଲି ସରପଞ୍ଚ ପ୍ରଭାତୀ ସାହୁ ପୋଲିସ ରେ ଅଭିଯୋଗ କରିଥିଲେ। ନୟାହାଟ ଅଞ୍ଚଳ ରେ ଦିନକୁ ଦିନ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ପୋଲିସ କୌଣସି ଲୁଟ ଘଟଣା ର ଲୁଟେରା ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିବାରୁ ସ୍ଥାନୀୟ ପୋଲିସ ର ନିଷ୍କ୍ରିୟତା ପାଇଁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ