ପଂଚାୟତ ନିର୍ବାଚନ ପାର କଲେ ମୁଣ୍ଡନ ହେବୁ : ମାନସିକ ପୂରଣ ହେଲା : ୩୦୦ ରୁ ଉର୍ଦ୍ଧ ମୁଣ୍ଡନ ହେଲେ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପଂଚାୟତ ନିର୍ବାଚନ ରେ ଜିତିଲେ ଲଣ୍ଡା ହେବୁ ଏପରି ମାନସିକ କରିଥିଲେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ପଟିଗୁଡା ଗ୍ରାମ ପଂଚାୟତ ର ଗୋଟିଏ ଗୋଷ୍ଠୀ ର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଙ୍କ ସମର୍ଥକ ଆଉ ଜିତିବା ପରେ ଆନ୍ଧ୍ର ପ୍ରଦେଶ ର ସିମାଞ୍ଚଳ ଠାକୁର ଙ୍କ ମନ୍ଦିର ରେ ପହଞ୍ଚି ଲଣ୍ଡା ହୋଇଛନ୍ତି, ଘଟଣା ଟି ଏହିପରି ନିର୍ବାଚନ ପୂର୍ବରୁ ଚାଳିଶି ଜଣ ସମର୍ଥକ ଙ୍କ ସହ ସିମାଞ୍ଚଳ ପାତ୍ର ଓ ସିମାଞ୍ଚଳ ଗୌଡ଼ ସିମାଞ୍ଚଳ ଠାକୁର ଙ୍କ ନିକଟରେ ମାନସିକ କରିଥିଲେ ପଞ୍ଚାୟତ ନିର୍ବାଚନ ଜିତିଲେ ପୁଣି ଆସିବୁ। ସୌଭାଗ୍ୟ କୁ ଦୁହେଁ ଜିତିଲେ ତେଣୁ ପଂଚାୟତ ର ଦଶ ଗୋଟି ଗାଁ ର ପୁରୁଷ, ମହିଳା ଓ ଶିଶୁ ଚାରି ଗୋଟି ବସ ଓ ଛଅ ଗୋଟି ବୋଲେରୋ ରେ 350 ଜଣ ପହଞ୍ଚିବା ପରେ ପାଖାପାଖି 300 ରୁ ଉର୍ଦ୍ଧ ମୁଣ୍ଡନ ହୋଇଥିଲେ l ଏହା ଶହ ଗତକାଲି ପ୍ରବାଦ ପୁରୁଷ ବିଜୁ ପଟନାୟକ ଙ୍କ ଶ୍ରlଦ୍ଧ ଦିବସ ଥିଲା ତେଣୁ ଲଣ୍ଡା ହେବା ଶହ ପାଳିଥିଲେ ଶ୍ରlଦ୍ଧ ଦିବସ କାରଣ ଏମାନେ ଥିଲେ ବିଜୁ ପ୍ରେମୀ ପଂଚାୟତ ସରପଞ୍ଚ ହୋଇଛନ୍ତି ବରମୁଣ୍ଡଳୀ ଗାଁ ର ସିମାଞ୍ଚଳ ଗୌଡ଼ ଓ ସମିତି ସଭ୍ୟ ହୋଇଛନ୍ତି ଡୋଳବ ଗାଁ ର ସିମାଞ୍ଚଳ ପାତ୍ର l ଷୌଭାଗ୍ୟ ବଶଃତ ସିମାଞ୍ଚଳ ପାତ୍ର ଙ୍କୁ ବ୍ଲକଅଧକ୍ଷ ହେବାର ମଧ୍ୟ ସୌଭାଗ୍ୟ ମିଳିଛି, ତେଣୁ ଠାକୁର ଙ୍କ କୃପା ଭାବି ଲୋକ ଙ୍କୁ ସିମାଞ୍ଚଳ ଠାକୁର ଙ୍କ ନିକଟକୁ ନେଇଥିବା କହନ୍ତି ଦୁଇ ନିର୍ବାଚିତ ପ୍ରତିନିଧି ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଚାଳିଶି ଜଣ ଯାଇ ଲଣ୍ଡା ହୋଇ ମାନସିକ କରିଥିଲେ ଜିତିଲେ 108 ଲଣ୍ଡା ହେବୁ କିନ୍ତୁ 300 ରୁ ଉର୍ଦ୍ଧ ଲଣ୍ଡା ହୋଇଗଲେ ଏହା ଶହ ସିମାଞ୍ଚଳ ରେ ବିଜୁ ବାବୁ ଙ୍କ ଶ୍ରlଦ୍ଧ ଦିବସ ହୋଇଗଲା ଏହା ସେହି ଠାକୁର ଙ୍କ ମହିମା ବୋଲି କହିବା ସହ ସାନ ଖେମୁଣ୍ଡି ର ପୂର୍ବତନ ବିଧାୟିକା ନନ୍ଦିନୀ ଦେବି ଙ୍କ ଆଶୀର୍ବାଦ ଓ ସମସ୍ତ ବିଜୁ ଜନତା ଦଳ ସମର୍ଥକ ଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ଚେଇରମେନ ସିମାଞ୍ଚଳ ପାତ୍ର ଓ ସରପଞ୍ଚ ସିମାଞ୍ଚଳ ଗୌଡ ତେବେ ଏତେ ସଂଖ୍ୟା ରେ ମାନସିକ ପୂରଣ ପାଇଁ ଲଣ୍ଡା ହୋଇ ଆସିବା ପରେ ଏହି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି ।ଏହା ସହ ଯାଇଥିବା ଲୋକଙ୍କୁ ଖାଇବା ର ମଧ୍ୟ ବ୍ୟବସ୍ଥା ବି ହୋଇଥିଲା ।ଏହା ଗୋଟିଏ ନିଆରା ଅନୁଭୂତି ବୋଲି କହିଛନ୍ତି ବହୁ ମୁଣ୍ଡନ ହୋଇଥିବା ବ୍ୟକ୍ତି ଅଞ୍ଚଳ ବାସୀ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ