ପଞ୍ଚାୟତରେ ପ୍ରଚାର ଯୋରଦାର

ହାଟଡିହି, (ବିକାଶ ବିଶ୍ୱାଳ ) :ଚଳିତ ନିର୍ବାଚନରେ ଶାସଙ୍ଗ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଯୋରଦାର କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଘରକୁ ଘର ବୁଲି ପ୍ରଚାର କରିବାପରେ ଏବେ ସମର୍ଥକ ମାନଙ୍କୁ ଧରି ଗାଁ ଗାଁ ବୁଲି ରାଲି କରୁଥିବା ଦେଖିବାକୁ ମିଳିଛି । ଆଜି ପ୍ରାର୍ଥିନୀ ପୂଜା ସାହୁ ଶାସଙ୍ଗ ଗ୍ରାମର ୪ଗୋଟି ୱାର୍ଡର୍ରେ ପ୍ରଚାର କରିଛନ୍ତି । ସେ ତାଙ୍କର ଶତାଧିକ ସମର୍ଥକ ମାନଙ୍କ ସହ ଏକପଦଯାତ୍ରାରେ ଯାଇ ଭୋଟର ମାନଙ୍କୁ ଭେଟି ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ