ପଟ୍ଟାମୁଣ୍ଡାଇ ପୌର ରଣାଙ୍ଗନ ହେମନ୍ତଙ୍କ ପାଇଁ କୃଷ୍ଣ ସାଜିଛନ୍ତି ଧ୍ରୁବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେମନ୍ତ ସାହୁଙ୍କ ପାଇଁ ଶ୍ର୍ରୀକୃଷ୍ଣଙ୍କ ଭୁମିକା ନେଇଛନ୍ତି ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଧ୍ରୁବ ଚରଣ ସାହୁ । ମହାଭାରତରେ ଯେପରି ଅର୍ଜୁନଙ୍କ ସାରଥୀ, ସଖା ଓ ପରାମର୍ଶଦାତା ଭୁମିକାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହୋଇଥିଲେ ଠିକ ସେହିପରି ପଟ୍ଟାମୁଣ୍ଡାଇ ପୌର ନିର୍ବାଚନର ମହାସମରରେ ହେମନ୍ତ ସାହୁଙ୍କ ପାଇଁ ଶ୍ରୀକୃଷ୍ଣ ଭୁମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଧ୍ରୁବ । ମହାଭାରତ ଯୁଦ୍ଧରେ ଯେପରି ପାଣ୍ଡବ ସେନାଙ୍କ ସପକ୍ଷରେ ଥିଲେ ଶ୍ରୀକୃଷ୍ଣ ଠିକ ସେହିପରି ଏହି ପୌର ନିର୍ବାଚନ ରଣାଙ୍ଗନ ସଦୃଶ ମହାସମରରେ ବିଧାୟକ ଧ୍ର୍ରୁବ ଚରଣ ସାହୁ ଶ୍ରୀକୃଷ୍ଣଙ୍କ ଭୁମିକା ନିର୍ବାହ କରୁଛନ୍ତି । ମହାଭାରତରେ ଯେପରି କୃଷ୍ଣ ନୀରସ୍ତ୍ର ଥିଲେ ଠିକ ସେହିପରି ଏହି ନିର୍ବାଚନରେ ଧ୍ରୁବ ମଧ୍ୟ ନିରସ୍ତ୍ର ଅଛନ୍ତି । ଯେପରି ମହାଭାରତରେ କୌରବ ବଂଶ ନିକଟରେ ନାରାୟଣୀ ସେନା ରହିଥିଲା ଠିକ ସେହିପରି ଏହି ପୌର ରଣାଙ୍ଗନରେ କଂଗ୍ରେସ ପ୍ରାର୍ଥୀ ଅବିନାଶ ଲେଙ୍କା ନାରାୟଣୀ ସେନା ଅର୍ଥାତ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ପାଖରେ ଅଛନ୍ତି । ଅଂଶୁମାନଙ୍କ ନିକଟରେ ବହୁ ସୈନ୍ୟ ସାମନ୍ତ ଓ ଅସ୍ତ୍ର ଶସ୍ତ୍ର ରହିଛି । କିନ୍ତୁ ପାଣ୍ଡବ ପକ୍ଷ ଅର୍ଥାତ ହେମନ୍ତ ସାହୁଙ୍କ କ୍ୟାମ୍ପ କେବଳ ଧ୍ରୁବ ସାହୁଙ୍କ ଭଳି ନିରସ୍ତ୍ର ବ୍ୟକ୍ତିତ୍ୱ ଶ୍ରୀକୃଷ୍ଣଙ୍କୁ ନେଇଛି । ଏବେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଅନେକ ସମୟରେ ଦେଖା ଯାଇଛି ଯେ ଯେଭଳି କୌରବ ବଂଶ ମାଡି ମାଡି ଚାଲିଛନ୍ତି ଓ ପାଣ୍ଡବ ବଂଶକୁ ଧରାଶାୟୀ କରୁଛନ୍ତି । ଶେଷରେ ଶ୍ରୀକୃଷ୍ଣଙ୍କ ଯୋଗୁ ପାଣ୍ଡବ ପକ୍ଷ ବିଜୟୀ ଟିକା ପିନ୍ଧିଛନ୍ତି । ଠିକ ସେହିପରି ଅବସ୍ଥା ଏବେ ପଟ୍ଟାମୁଣ୍ଡାଇରେ ପୈାରାଞ୍ଚଳରେ ଚାଲିଛି । କୌରବ ସେନା ଭାବେ କଂଗ୍ରେସ ତା’ର ବିରାଟ ରୂପ ଦେଖାଉଛି । କିନ୍ତୁ କୌରବ ସେନା ଯେପରି ପରାସ୍ତର ସ୍ୱାଦ ଚାଖିଲେ ଓ ଶ୍ରୀକୃଷ୍ଣଙ୍କ ବିଚକ୍ଷଣତା ଯୋଗୁ ପାଣ୍ଡବ ସେନା ବିଜୟୀ ହେଲେ ଠିକ ସେହିପରି ଏହି ମହାସମରରେ ହେମନ୍ତ ସାହୁ ବିଜୟୀ ହେବେ । ଆଉ ତାଙ୍କୁ ବିଜୟୀର ଟିକା ପିନ୍ଧାଇବେ ସ୍ୱୟଂ ଧ୍ରୁବ । କୃଷ୍ଣ ଯେପରି ବଡ଼ ବଡ଼ ବିପଦକୁ କେବଳ ମୁରୁକି ହସରେ ଉଡାଇ ଦିଅନ୍ତି ଠିକ ସେହିପରି ଯେବେ ବିପଦ ଆସେ ଧ୍ରୁବ ତାହାକୁ ନିଜର ସ୍ମିତହାସ୍ୟ ବଳରେ ସମାଧାନ କରି ଦିଅନ୍ତି । ଅର୍ଥାତ ଯେତେବେଳେ କୌରବ ସେନା ପାଣ୍ଡବ ସେନା ଉପରେ ଭୟଙ୍କର ଆକ୍ରମଣ କରେ ସେତେବେଳେ ସମସ୍ତ ଯୋଦ୍ଧାଙ୍କ ମଧ୍ୟରେ ଭାଳେଣି ପଡିଯାଏ । ପାଣ୍ଡବ ସେନାର ନିଶ୍ଚିତ ପରାଜୟ ହେବ ବୋଲି ସମସ୍ତେ ଭାବନ୍ତି । କିନ୍ତୁ ସେହି ସମୟରେ କୃଷ୍ଣ ସ୍ମିତହାସ୍ୟ ଦେଇ ବିରାଟ ସମସ୍ୟାକୁ ଟାଳି ଦେଇଥାନ୍ତି । ଅନୁରୂପ ଭାବେ ପଟ୍ଟାମୁଣ୍ଡାଇରେ ବିରୋଧୀ କ୍ୟାମ୍ପ ଯେତେ ବାଣ ମାରିଲେ ମଧ୍ୟ ଶ୍ରୀକୃଷ୍ଣ ସ୍ୱରୂପ ଧ୍ରୁବ ଥିବାରୁ ଅର୍ଜୁନ ସ୍ୱରୂପ ହେମନ୍ତଙ୍କର କୌଣସି କ୍ଷତି ହେବନାହିଁ । ଦିନକୁ ଦିନ ଅର୍ଜୁନ ଯୁଦ୍ଧରେ ଅଗ୍ରସର ହେବା ଭଳି ହେମନ୍ତ ମଧ୍ୟ ଏହି ପୌର ନିର୍ବାଚନ ସ୍ୱରୂପ ରଣାଙ୍ଗନରେ ଆଗକୁ ଆଗକୁ ବଢି ଚାଲିଛନ୍ତି ।


