ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆନ୍ତର୍ଜାତିକ ଯୋଗ ମହୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ପତଞ୍ଜଳି ଯୋଗ ସମିତି ପକ୍ଷରୁ ମଙ୍ଗଳବାର ଯୋଗ ମହୋତ୍ସବ ସ୍ଥାନୀୟ ଆଇଟିଆଇ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଯୋଗକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରିବାରେ ଭାରତର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ କେବଳ ଗୋଟିଏ ଦିନ ପରିବର୍ତ୍ତେ ଦୈନିକ ଯୋଗ-ପ୍ରାଣାୟମ ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗ-ପ୍ରାଣାୟମକୁ ଆପଣେଇ ପାରିଲେ ଅନ୍ତକୋଣ ସୁଦ୍ଧତା ଆସ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ଯୋଗ ଶିବିରରେ ପତାଞ୍ଜଳି ଯୋଗ ସମିତିର ରାଜ୍ୟ ମହିଳା ପ୍ରଭାରୀ ଗିରିଜା ଦେବୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପତଞ୍ଜଳି ଯୋଗ ସମିତିର ଜିଲା ପ୍ରଭାରୀ କରୁଣାକର ଶିଅଳ ଏଥିରେ ପୌରହିତ୍ୱ କରିଥିଲେ । ଡାକ୍ତର କୁମାର ଗୋପାଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶୋମତି ଶିଅଳ, ଅକ୍ଷୟ କୁମାର ସାହୁ, ମନୋଜ କୁମାର ଦେ, ଗୋବର୍ଦ୍ଧନ ସାହୁ, ଦିବ୍ୟ ରଞ୍ଜନ ମହାନ୍ତି, ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ, ଜାମିନୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ