ପଥ ବିକ୍ରେତା ସଂଘ ପକ୍ଷରୁ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) :ଓଡ଼ିଶା ପଥ ବିକ୍ରେତା ସଂଘ ବାଲେଶ୍ୱର ସହର କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସଭାପତି ଜୟନ୍ତ ଦାସ ଅଧ୍ୟକ୍ଷତା କରିବା ସହ ବାଲେଶ୍ୱର ସହରରେ ଉଠା ଦୋକାନୀମାନେ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ନବ ନିର୍ବାଚିତ ପୌରଧ୍ୟକ୍ଷା ସବିତା ସାହୁ, ଉପାଧ୍ୟକ୍ଷ କୈଳାସ ସେଠୀ, ୧୬ନଂ ୱାର୍ଡର କାଉନସିଲର ସବିତା ରାଣୀ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଉଠା ଦୋକାନୀଙ୍କ ଅନ୍ତର୍ଭୁକ୍ତିକରଣ ଯୋଗୁଁ ସାମ୍ପ୍ରତିକ ସମାଜରେ ଜନସାଧାରଣଙ୍କ ଜୀବନଶୈଳୀ ସୁଚାରୁରୂପେ ଆଗକୁ ବଢ଼ି ପାରିଛି ବୋଲି କହିଥିଲେ । ତେବେ ଏହି ଉଠା ଦୋକାନୀମାନେ ସାମ୍ନା କରୁଥିବା ସମସ୍ୟାର ସାମାଧାନକୁ ଉଭୟ ପ୍ରଶାସନ ଓ ଲୋକପ୍ରତିନିଧିମାନେ ପ୍ରାଥମିକତା ଦେବା ଉଚିତ ବୋଲି ସେମାନେ ମତପ୍ରକାଶ କରିଥିଲେ । ବିଭିନ୍ନ ସ୍ଥାନରୁ ଉଠାଦୋକାନୀଙ୍କୁ ଉଚ୍ଛେଦ ନିଷତି ଲାଗୁ ପୂର୍ବରୁ ପ୍ରଥମେ ଥଇଥାନ ପାଇଁ ବ୍ୟବସ୍ଥା କରାଯିବା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ସମ୍ପ୍ରତି ବାଲେଶ୍ୱର ପୌର ପରିଷଦ ତା’ର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଆଗାମୀ ଦିନରେ ଉଠାଦୋକାନୀଙ୍କ ସ୍ୱାର୍ଥରକ୍ଷା ଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ନେତା ଓ ଲୋକ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ପଥ ବିକ୍ରେତା ସଂଘ ପକ୍ଷରୁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ, ଉପାଧ୍ୟକ୍ଷ ଶ୍ରୀ ସେଠୀ ଓ କାଉନସିଲର ଶ୍ରୀମତୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ସଂଗଠନ ଭାଗବତ ସାହୁ, ମନୋଜ ରାଉତ, ସତ୍ୟରଞ୍ଜନ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ପଥ ବିକ୍ରେତା ସଂଘ ଜିଲା କମିଟି ଉପ-ସଭାପତି ଆବିଦ୍ ଖାନ ଓ ଟାଉନ କମିଟି ସମ୍ପାଦକ ମୋହିନୀ ମୋହନ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ