ପନ୍ଦାଡୋ ପଞ୍ଚାୟତ ଭାର ସମ୍ଭାଳିଲେ ସଶ୍ମିତା
ହାଟଡିହି, (ବିକାଶ ବିଶ୍ୱାଳ ) :ପନ୍ଦାଡୋ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସଶ୍ମିତା ଓଝା ଆଜି ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସକାଳେ ତାଙ୍କ ସମର୍ଥକ ମାନଙ୍କ ସହ ଏକ ପଟୁଆରରେ କାର୍ଯ୍ୟାଳୟକୁ ଆସିବାପରେ ପୂଜାର୍ଚ୍ଚନା କରାଯାଇଥିଲା । ପୁର୍ବତନ ସରପଞ୍ଚ ଅନିରୁଦ୍ଧ ବେହେରା, ପିଇଓ ଉର୍ମିଳା ମୁର୍ମୁ, ଜିଆରଏସ ପଙ୍କଜ କୁମାର ତ୍ରୀପାଠୀ ପ୍ରମୁଖ ତାଙ୍କୁ ପୁ୍ଷ୍ପଗୁଚ୍ଛ ଦେଇ କାର୍ଯ୍ୟାଳୟକୁ ସ୍ୱାଗତ କରିଥିଲେ । ନବ ନିର୍ବାଚିତ ୱାର୍ଡସଭ୍ୟ ସଭ୍ୟା ଦୁତିକା ନାଇକ, ଗିରିଧାରୀ ଜେନା, ନାସୁରୀ ମୁଣ୍ଡା, ପ୍ରମିଳା ନାଇକ, ରିନୁ କଟୁଆ, ପଦ୍ମାବତୀ ସେଠୀ, ମନୋରମା ରାଉତ, କନକଲତା କୁଅଁର, ଜଗନ୍ନାଥ ଜେନା ପ୍ରମୁଖ ନୁତନ ସରପଞ୍ଚଙ୍କୁ ସ୍ୱାଗତ କରି ପଞ୍ଚାୟତରେ ବିକାଶର ବାନା ଉଡାଇବାକୁ ଆହ୍ୱାନ ଦେଇଥିଲେ । ନିକୁଞ୍ଜ ବିହାରୀ ଓଝା, ଉମାକାନ୍ତ ଜେନା, ଗୋବିନ୍ଦ ଜେନା, ବିଶ୍ୱନାଥ ଜେନା, ରବିନ୍ଦ୍ର କୁଅଁର, ସୁରେନ୍ଦ୍ର ରାଉତ, ରମାକାନ୍ତ ଜେନା, କୁଳମଣି ରାଉତ, ନାରାୟଣ ପ୍ରସାଦ ଜେନା, ହରିହର ସାହୁ, କପିଳ ବିଶ୍ୱାଳ, ନିରଞ୍ଜନ ସାହୁ, ମହେନ୍ଦ୍ର ଯତି, ଶଙ୍କର୍ଷଣ ନାଇକ, କୋଦଣ୍ଡଧର ବେହେରାଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


