ପଞ୍ଚାୟତ କାର୍ଯ୍ୟାଳୟରେ ତାଲା : ପିଇଓ ଅନୁପସ୍ଥିତ କାର୍ଯ୍ୟଭାର ଗ୍ରହଣ ନକରି ଫେରିଲେ ସରପଞ୍ଚ

ହାଟଡିହି, (ବିକାଶ ବିଶ୍ୱାଳ ) :ଆଜିଠାରୁ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ମାନେ ପଞ୍ଚାୟତର କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥା ରହିଆସିଛି । ପୁର୍ବର ସରପଞ୍ଚ ମାନେ ୧୦/୩/୨୦୧୭ରୁ ୯/୩/୨୦୨୨ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ପୁରଣ କରିବାପରେ ଆଜି ନବ ନିର୍ବାଚିତ ସରପଞ୍ଚ ମାନେ ଦାୟିତ୍ୱ ଗ୍ରହଣ କରିବାର ବ୍ୟବସ୍ଥା ହୋଇଥିଲା । ଏହି କ୍ରମରେ ଆଜି ହାଟଡିହି ବ୍‌ଲକ ବାଙ୍ଗୋର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଅଙ୍କିତା ପଢ଼ିଆରୀ କାର୍ଯ୍ୟରେ ଯୋଗଦେଇ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଇଥିଲେ । କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଥିବାବେଳେ ପିଇଓ ଉପସ୍ଥିତ ନଥିଲେ । ଫଳରେ ପିଇଓଙ୍କୁ ପଚାରିବାରୁ ସେ ଛୁଟିରେ ଥିବାରୁ ଯାଇ ପାରିବେ ନାହିଁ ବୋଲି କହିଥିଲେ । ଜିଆରଏସ ଜନାଥ ଖତେୁନ, ପିଅନ ଗଦାଧର ନାୟକ ପହଞ୍ଚି ସଭାଗୃହର ଚାବି ଖୋଲିବାପରେ ନବ ନିର୍ବାଚିତ ୱାର୍ଡସଭ୍ୟ ଭାରତୀ ଝାମ୍ପୁଲା, ସଞ୍ଜୁକ୍ତା ବିଶ୍ୱାଳ, ଅଞ୍ଜନା ପରିଡା, ସୁଶମା ପଢ଼ିଆରୀ, ରବିନ୍ଦ୍ର ସାହୁ, ନନ୍ଦ କିଶୋର ସାହୁ, ରଞ୍ଜନ ମହାରଣା, ପ୍ରଦୀପ ପାତ୍ର, ସୁଲୋଚନା ପାତ୍ର, ତପସ୍ୱିନୀ ନାୟକ ପ୍ରମୁଖ ଯାଇ ସଭାଗୃହ ଭିତରକୁ ପ୍ରବେଶ କରିବାପରେ ସେଠାରେ କୌଣସି ଚେୟାର, ଟେବୁଲ ନଥିବାବେଳେ ଲାଗିଥିବା ଫ୍ୟାନ, ବଲବ ଓ ଆବଶ୍ୟକୀୟ ବୈଦୁତିକ ସାମଗ୍ରୀ ଖୋଲି ନିଆଯାଇଥିବା ଦେଖିବାକୁ ପାଇଥିଲେ । ସେଠାରେ ଉପସ୍ଥିତ ଥିବା ବସନ୍ତ ପଢ଼ିଆରୀ, ବଟକୃଷ୍ଣ ବେହେରା, ଶିଶିର ରାଉତ, ବସନ୍ତ ସାହୁ, ମହେଶ୍ୱର ସାହୁ, ଅକ୍ଷୟ ମଲ୍ଲିକ, ରବିନ୍ଦ୍ର ହୋ ପ୍ରମୁଖ ପଞ୍ଚାୟତବାସୀ ଏନେଇ ଅସନ୍ତୋଷ ପ୍ରକାଶ କରିବାସହିତ ତୁରନ୍ତ ଏ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଇବାକୁ ନିଷ୍ପତି ନେଇଥିଲେ । ପିଇଓ ଜାଣିଶୁଣି ଅନୁପସ୍ଥିତ ରହିବା ସେମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ