ପର୍ତମାହାରେ ମହିଳା ସଂଘ ଜବତ କଲେ ମଦ ବେପାରୀଙ୍କ ରାସନକାର୍ଡ଼

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା) :ବାରମ୍ବାର ଅଂଚଳରେ ଚୋର ମଦବେପାରି ବନ୍ଦ କରବାପାଇଁ ଅନୁରୋଧ କଲେ । ଏପରିକି ଅନେକ ଥର ମଧ୍ୟ ସଚେତନ କରିଛନ୍ତି । କିନ୍ତୁ ଏଦିଗରେ ଚୋରା ମଦବେପାରି ମାନେ କୌଣସି ପ୍ରକାର ଗୁରୁତ୍ୱ ନଦେବାରୁ ବାଧ୍ୟ ହୋଇ ମହିଳା ସଂଘର ସଦସ୍ୟମାନେ ଏକଜୁଟ୍ ହୋଇ ମଦବେପାରି ମାନଙ୍କର ରାସନକାର୍ଡ଼ ଜବତ କରିବା ଘଟଣା ସମଗ୍ର ଦାରିଙ୍ଗବାଡ଼ି ବ୍ଳକରେ ଆଲୋଚ୍ୟର ବିଷୟ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉକ୍ତ ବ୍ଳକର ପର୍ତମାହା ଗ୍ରାମରେ ।
ଅଭିଯୋଗ ପ୍ରକାରେ , ଗ୍ରାମର ପ୍ରାୟ ୧୦ରୁ ଉର୍ଦ୍ଧ ଅଞ୍ଚଳରେ ମଦ ବିକ୍ରୟ କରୁତିବାରରୁ ମଦ ବନ୍ଦ କରବା ପାଇଁ ମହିଳା ସଂଘର ସଦସ୍ୟମାନେ ବାରମ୍ବାର ଅନୁରୋଧ କରିଥିଲେ । ତେବେ ବିକ୍ରୟ ବନ୍ଦ ହୋଇ ନଥିଲା, ଏଣୁ ମହିଳା ସଂଘର କର୍ମୀମାନେ ସେମାନଙ୍କର ରାସନକାର୍ଡ଼ ଜବତ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଯଦି ମଦ ବନ୍ଦ ନକରନ୍ତି ତାହାହେଲେ ରାସନକାର୍ଡ଼ ଦିଆଯିବ ନାହିଁ ବୋଲି ରୋକଠୋକ୍ ଭାବେ ମଧ୍ୟ ଜଣାଇ ଦେଇଚନ୍ତି । ମଦ ବିକ୍ରି ଯୋଗୁଁ ପରିବାରର କମ୍ ବୟସର ପିଲା ହେଉ କିମ୍ବା ବଡ଼ ସବୁବେଳେ ନିଶାଗ୍ରସ୍ତ ହେଉଛନ୍ତି । ସେମାନେ ସେମାନଙ୍କର କାମ ଧନ୍ଦା କରିବା ବଦଳରେ ଘରେ ସବୁବେଳେ କଳିଗୋଳ ହେବାସହିତ ପାରିବାରିକ ଅଶାନ୍ତ ଦେଖାଦେଉଛି । ଦିନ ଦ୍ୱିପହରରେ ଅନେକ ଯୁବକ ନିଶାଗସ୍ତ ହୋଇ ରାଜ ରାସ୍ତାରେ ପଡ଼ିଥାଉଛନ୍ତି ଯାହାକି ଭବିଷ୍ୟତ ପାଇଁ ଚିନ୍ତାର କାରଣ । ବାରମ୍ବାର ମହିଳା ସଂଘ ମଦ ବନ୍ଦ ପାଇଁ ଦାବି କରିବା ସହିଦ ଦୀର୍ଘଦିନ ହେଲା ମଦ ବନ୍ଦ ପାଇଁ ଅନେକ ସଚେତନତା କାର୍ଯ୍ରକ୍ରମ ମଧ୍ୟ ହାତକୁ ନେଇଛନ୍ତି । ତେବେ ଅବକାରି ବିଭାଗ ସବୁ ଜାଣି ମଧ୍ୟ ଚୁପ୍ ରହିବା ଫଳରେ ଦିନକୁ ଦିନ ଚୋରା ମଦକାରବାର କମିବା ବଦଳରେ ବୃଦ୍ଧି ପାଉଛି । ଅବକାରି ବିଭାଗର ଇଛାଶକ୍ତିର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ମଧ୍ୟ ଅଭିଯୋଗ ହୋଇଚି । ରାସନକାର୍ଡ଼ ଜବତ ଯୋଗୁଁ ସେମାନେ ଗତ ୫ ଦିନ ହେଲା ଲ୍ୟାମ୍ପରୁ ଚାଉଳ ନେଇ ପାରୁନାହାନ୍ତି । ତେବେ ଏ ସଂପର୍କରେ ପର୍ତମାହା ସରପଂଚ ପଂଚୁ ପ୍ରଧାନଙ୍କୁ ପଚାରିବାରେ ଏହି ସମସ୍ୟାର ସମାଧାନ କରାଯାଇ ହିତାଧିକାରୀ ମାନେ ଯେଭଳି ଭାବେ ସେମାନଙ୍କ ରାସନକାର୍ଡ଼ ପାଇବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ