ପାଞ୍ଚପିଢ଼ ଉପଖଣ୍ଡର ଏକମାତ୍ର ମହିଳା ମହାବିଦ୍ୟାଳୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜଜିଲ୍ଲା କରଞ୍ଜିଆ ସହରରେ ଥିବା ପାଞ୍ଚପିଢ଼ ଉପଖଣ୍ଡ ର ଏକମାତ୍ର ମହିଳା ମହାବିଦ୍ୟାଳୟ ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ରହୁଥିବା ପରିଲକ୍ଷିତ ହେଉଛି ମୟୁରଭଞ୍ଜ ଜିଲ୍ଲାର କିଛି ପ୍ରମୁଖ ସରକାରୀ ମହିଳା ମହାବିଦ୍ୟାଳୟ ମଧ୍ୟରେ ସ୍ଥାନିତ ଏହି ମହାବିଦ୍ୟାଳୟ କରଞ୍ଜିଆ ର କିଛି ଶିକ୍ଷା ପ୍ରେମୀ ଉପଖଣ୍ଡ ରେ ମହିଳା ମହାବିଦ୍ୟାଳୟ ର ଆବଶ୍ୟକତା କୁ ଉପଲବ୍ଧି କରି 1986 ମସିହାରୁ କରଞ୍ଜିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପୁରାତନ ଛାତ୍ର ସାଂସଦ ସଭାଗୃହ ଠାରେ ଅସ୍ଥାୟୀ ଭାବେ ଯୁକ୍ତ ୨ ମହାବିଦ୍ୟାଳୟ ଅଳ୍ପ ସଂଖ୍ୟକ ଛାତ୍ରୀ ନାମ ଲେଖାଇଥିଲେ ସେହି ଅଳ୍ପ ସଂଖ୍ୟକ ଛାତ୍ରୀ ଙ୍କୁ ନେଇ ପାଠ ପଢ଼ା ଆରମ୍ଭ ହୋଇଥିଲା ପରେ 1996/97 ମସିହା ରେ ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା କରଞ୍ଜିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପୁରାତନ ଛାତ୍ର ସାଂସଦ ସଭାଗୃହ ଠାରେ ଦୀର୍ଘ ୧୪ ବର୍ଷ ଏହି ମହିଳା ମହାବିଦ୍ୟାଳୟ ଚାଲିବା ପରେ ଗତ 2000 ମସିହା ଠାରୁ କରଞ୍ଜିଆ ସହର ର ଅଙ୍କୁରା ଛକ ନିକଟରେ ୭ ଏକର ପରିମିତ ଯାଗାରେ ସ୍ଥାନୀୟ ଶିକ୍ଷା ପ୍ରେମୀ ଓ ସରକାରୀ ସହାୟତା ରେ ଗୃହ ନିର୍ମାଣ ହୋଇ ଅଦ୍ୟାବଧି ସେଠାରେ ପ୍ରତିଷ୍ଠିତ ହୋଇରହିଛି ଦୀର୍ଘ ଚାଳିଶ ବର୍ଷର ଉପଖଣ୍ଡ ର ଏକ ମାତ୍ର ମହିଳା ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ସରକାର ଙ୍କ ଶୁଭଦୃଷ୍ଟି ଏହାଉପରେ ପଡିପରିନାହିଁ ବୋଲି ସ୍ଥାନୀୟ ଲୋକେ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଏହି ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ମିଶି 1200ରୁ ଉର୍ଦ୍ଧ ଛାତ୍ରୀ ପାଠ ପଢୁଛନ୍ତି ଏହି ମହାବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ମହାବିଦ୍ୟାଳୟର ପ୍ରମୁଖ ସମସ୍ୟା ମଧ୍ୟରେ ହଷ୍ଟେଲର ଅଭାବ ଓ ମହାବିଦ୍ୟାଳୟର ପାଚେରୀ ନିର୍ମାଣ ରହିଛି
ଡିଗ୍ରୀ ମହାବିଦ୍ୟାଳୟ ରେ ଅଧ୍ୟକ୍ଷା, ଅଧ୍ୟାପକ,ଅଧ୍ୟାପିକା ଓ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା 22 ଜଣ ରହିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧକ୍ଷ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମିଶି 30 ଜଣ କର୍ମଚାରୀ ରହିଛନ୍ତି କଲେଜର ଡିଗ୍ରୀ ଛାତ୍ରୀଙ୍କ ନିମନ୍ତେ ଗୋଟିଏ ମାତ୍ର ହଷ୍ଟେଲ ଥିବା ବେଳେ 70 ଜଣ ରହିବାର ବ୍ୟବସ୍ଥା ରହିଛି ସେହିପରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ନିମନ୍ତେ ଗୋଟିଏ ମାତ୍ର ହଷ୍ଟେଲ ରେ 100 ଛାତ୍ରୀଙ୍କ ରହିବା ବ୍ୟବସ୍ଥା ରହିଛି
ଉଭୟ ଡିଗ୍ରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ରେ ସ୍ଥାନ ଅଭାବରୁ ଦୂର ଦୁରାନ୍ତରୁ ଏଠାରେ ନାମ ଲେଖାଉଥିବା ଛାତ୍ରୀ ମାନେ ମେସ ରେ ରହିବାକୁ ବାଧ୍ୟ ହେଉଛନ୍ତି ଯାହାଦ୍ୱାରା ସେମାନେ ସୁରକ୍ଷିତ ଅନୁଭବ କରୁନାହାନ୍ତି ସେହିପରି ମହାବିଦ୍ୟାଳୟର ଚାରିପଟେ ପାଚେରୀ ନଥିବାରୁ ଅବାଧରେ କଲେଜ ପରିସରକୁ ଯିଏ ଚାହିଁଲେ ପ୍ରବେଶ କରୁଛନ୍ତି ଏପରିକି ସନ୍ଧ୍ୟା ହେଲେ ଆସାମଜିକ ବ୍ୟକ୍ତିଙ୍କ ଆଡ୍ଡାରେ ପରିଣତ ହେଉଛି ମହାବିଦ୍ୟାଳୟର ଖେଳ ପଡିଆ
ମହିଳା ମହାବିଦ୍ୟାଳୟ ଓ ମହିଳା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀଙ୍କ ମଧ୍ୟରୁ ଅଶି ପ୍ରତିଶତ ଛାତ୍ରୀ ଆଦିବାସୀ ବର୍ଗର ଅଟନ୍ତି
ତଥାପି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ପାଞ୍ଚପିଢ଼ ଉପଖଣ୍ଡର ଏକ ମାତ୍ର ମହାବିଦ୍ୟାଳୟ ଏସମ୍ପର୍କରେ ମହିଳା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟି ଓ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧକ୍ଷା ପ୍ରଣତି ବାରିକ ନିଜ ନିଜ ପ୍ରତିକ୍ରିୟାରେ ମହିଳା ଉଚ୍ଚ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀଙ୍କ ନିମନ୍ତେ ୧ ଶହ ଓ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀଙ୍କ ନିମନ୍ତେ ୧ଶହ ସିଟ ବିଶିଷ୍ଟ ହଷ୍ଟେଲ ଓ ମହାବିଦ୍ୟାଳୟର ପାଚେରୀ ନିର୍ମାଣ ନିହାତି ଜରୁରୀ ହୋଇପଡିଛି
ମହାବିଦ୍ୟାଳୟର ପାଚେରୀ ସମ୍ପୂର୍ଣ୍ଣ ଅଞ୍ଚଳରେ ହୋଇନଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଉଛି, ସାମଜିକ ବ୍ୟକ୍ତି କଲେଜ ପରିସରରେ ଅବାଧଭାବେ ପ୍ରବେଶ କରୁଥିବା ବେଳେ ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଛାତ୍ରୀଙ୍କ ସହିତ ଆମ ପ୍ରତିନିଧି ଜିତେନ୍ଦ୍ର ରାଜ ଆଲୋଚନା ସମୟରେ ଉପଖଣ୍ଡର ଏକମାତ୍ର ତଥା ଜିଲ୍ଲାର ପ୍ରମୁଖ ପୁରାତନ ମହିଳା ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଏଠାରେ ସେଭଳି ଆଖିଦୃଶିଆ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା ଓ ହଷ୍ଟେଲ ଏବଂ କଲେଜ ସୀମାରେ ପାଚେରୀ ନଥିବାଯୋଗୁ ଆମେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ ଏଣୁ ସରକାର ଆମ ଏହି ଅସୁବିଧାକୁ ହୃଦୟଙ୍ଗମ କରି ମହାବିଦ୍ୟାଳୟର ଏହି ସମସ୍ୟା ଦୂର କରିବା ଦିଗରେ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି.


