ପାଟପୁରରେ ପୋଲିସ ପ୍ରଶାସନିକ ଅଧିକାରୀ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କ ବନ୍ଧୁମିଳନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସର୍ବ ଭାରତତୀୟ ସ୍ତରରେ ଦ୍ୱିତୀୟ ଶ୍ରେଷ୍ଟ ଥାନା ଭାବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ପୋଲିସ ପାଟପୁର ଥାନା ପୁରସ୍କୃତ ହୋଇଛି । ଗତମାସ ୨୯ ତାରିଖରେ ଭୁବନେଶ୍ଵର ଲୋକସେବା ଭବନ ରେ ଆୟୋଜିତ ସର୍ବ ଭାରତୀୟ ଡିଜି ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଭାଗ ପକ୍ଷରୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ପୁରସ୍କୃତ କରିବା ସହ ଟ୍ରଫି ପ୍ରଦାନ କରିଛନ୍ତି ।ପାଟପୁର ଥାନାକୁ ଏହି ସର୍ବକାଳୀନ ପୁରସ୍କାର ମିଳିବାରେ ଅଞ୍ଚଳ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି , ବୁଦ୍ଧିଜୀବୀଙ୍କ ମିଳିତ ସମନ୍ୱୟ ରେ ଥାନା ଅଧିକାରୀ ଶ୍ରୀ ମଲ୍କଙ୍କୁ ଗଭୀର କୃତଜ୍ଞତା ଶୁଭେଚ୍ଛା ଜଣାଇଛନ୍ତି ।ଏହା ସହ ପାଟପୁର ଥାନାକୁ ଗୌରବାନ୍ଵିତ କରିଥିବା ସମସ୍ତ ବର୍ଗଙ୍କ ଉଦ୍ଧେଶ୍ୟରେ ଏକ ବନ୍ଧୁ ମିଳନ ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ଏହି ବନ୍ଧୁ ମିଳନ ଅବସରରେ ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ପ୍ରମୁଖ ପାଟପୁର ଥାନାରେ ପହଞ୍ଚି ଥାନାର ଅଧିକାରୀ କର୍ମଚାରୀଙ୍କୁ ସଫଳତା ନେଇ କୃତଜ୍ଞତା ଜ୍ଞାପନ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ସାନଖେମୁଣ୍ଡି ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ,ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ,ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଅଧ୍ୟାପକ ଡ କୈଳାସ ଚନ୍ଦ୍ର ସ୍ବାଇଁଙ୍କ , ସମେତ ସମସ୍ତ ପଞ୍ଚାୟତ ର ଜନ ପ୍ରତିନିଧି ,ସରପଞ୍ଚ, ଜିଲ୍ଲା ପରିଷଦ, ସମିତି ସଭ୍ୟ/ସଭ୍ୟା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଭାବ ବିନିମୟ ଆଦାନ ପ୍ରଦାନ କରିଛନ୍ତି। ପାଟପୁର ଥାନାର କାର୍ଯ୍ୟ ଦକ୍ଷତା ନିଷ୍ଠାପର ସେବା କୁ ସାଧୁବାଦ୍ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ